ଭିଣୋଇର ଗୁଳି ମାଡ଼ରେ ଶଳାର ମୃତ୍ୟୁ
·1 year ago

ଗଜପତି: ଭିଣୋଇର ଗୁଳି ମାଡ଼ରେ ଶଳାର ମୃତ୍ୟୁ । ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ କୈଳାଶ ନାୟକ । ଗତକାଲି ଅପରାହ୍ନରେ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା ।
କୈଳାଶଙ୍କ ଛାତିରେ 2 ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରି ତଦନ୍ତ କରୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: