Videos
|
Odisha

ଥରେ କି ଦୁଇ ଥର ନୁହଁ ୧୬ ଥର ଛୁରୀ ଭୁଷି ହତ୍ୟା

Smruti Parija
Browse all articles by Smruti Parija
·2 years ago·1 min read
ଥରେ କି ଦୁଇ ଥର ନୁହଁ ୧୬ ଥର ଛୁରୀ ଭୁଷି ହତ୍ୟା

କେନ୍ଦ୍ରାପଡା: ଥରେ କି ଦୁଇ ଥର ନୁହଁ ୧୬ ଥର ଛୁରୀ ଭୁଷି ହତ୍ୟା । ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନ୍ ବଲରାମ ପୁରୁରେ । ଛୁରୀ ମାଡରେ ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ ।

ଅକ୍ଷୟ ଜଣେ ଏସି ମେକାନିକ l ଆଜି ଦିନ ପ୍ରାୟ ସାଢେ ୩ ଟା ବେଳେ ଅକ୍ଷୟ ଏବ୍ଂ ତାଙ୍କ ବନ୍ଧୁ ବଳରାମ ମହାରଣା ମାର୍ଶାଘାଇରୁ ଏକ ଏସି ମରାମତି ସାରି ଫେରୁଥିବାବେଳେ ବଲରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ଏକ ପାନ ଦୋକାନରେ ପାନ କିଣୁଥିଲେ । ଏହି ସମୟରେ ହଠାତ୍ ଆଦିତ୍ୟ ପ୍ରସାଦ ବେହେରା ନାମକ ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ପ୍ରଥମେ ବଳରାମଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ବଳରାମ ଖସି ପଳାଇଥିଲେ । ପରେ ସେ ଅକ୍ଷୟଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ l ଅକ୍ଷୟ ତଳେ ପଡିଯିବା ପରେ ଆଦିତ୍ୟ ତାଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲା l ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟକୁ କାବୁ କରି ନେଇଥିଲେ l ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଆଦିତ୍ୟକୁ ପୋଲିସ ଅଟକ ରଖିଛି ।

ତେବେ ଆଦିତ୍ୟ ଜଣେ ଆସାମଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେ ବାରମ୍ବାର ଏପରି ଘଟଣା ଘଟାଇଥିବା ଜଣାପଡିଛି । ଅଭିଯୁକ୍ତ ଆଦିତ୍ୟ ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିବା ଲୋକେ କହିଛନ୍ତି । ତେବେ ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ଏସପି ସିଦ୍ଧାର୍ଥ କଟାରିଆ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: