Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା, ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ

Odisha

ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା, ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ

Swayangprajna Mishra
Browse all articles by Swayangprajna Mishra
·1 year ago
ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା, ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ

ଭୁବନେଶ୍ବର : ରାଜଧାନୀରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଆନାସ୍ଥେସିଆ ମେଡିସିନ ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ । ରିମାଣ୍ଡ ବେଳେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ । ଗତ 28ତାରିଖ ଅପରାହ୍ନ ରେ ବିଷ ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀ ଙ୍କୁ ହତ୍ୟାକରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ ।

ଅଧିକ ପଢନ୍ତୁ : ସ୍ୱାମୀ ସାଜିଲା ସୈତାନ, ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା

ହତ୍ୟାରେ ପ୍ରଦ୍ୟୁମ୍ନ ଙ୍କୁ ସହଯୋଗ କରିଥିଲେ ଦୁଇ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟା ର ରୁପ ଦେବାକୁ ମୃତଦେହ କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରିଥିଲେ । ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତର କୁ କହିଥିଲେ ଅଭିଯୁକ୍ତ ସ୍ୱାମୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Murder of wife by injection of poison, syringe used in murder goes to forensic lab | Argus News