ଯୁବତୀଙ୍କୁ ହତ୍ୟା ଘଟଣା , ହତ୍ୟାକାରୀକୁ ଧରିଲା AI କ୍ୟାମେରା

ଅର୍ଗସ ବ୍ୟୁରୋ : ହତ୍ୟାକାରୀକୁ ଧରିଲା ଏଆଇ କ୍ୟାମେରା । ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥାନା ଅଂଚଳରେ ଯୁବତୀଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଏଆଇ କ୍ୟାମେରା ସାହାଯ୍ୟରେ ଧରାଯାଇଛି । ଯୁବତୀଙ୍କୁ ବୀଭତ୍ସ ହତ୍ୟାପରେ ମୁନୁ କିଷାନ୍ ଫେରାର ହୋଇଯାଇଥିଲା । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ତାର ଗତିବିଧି ଉପରେ ନଜର ରଖିଥିଲା । ନିଖୋଜ ଯୁବତୀଙ୍କୁ ଠାବ କରିବା ପାଇଁ ପୋଲିସ ଏଆଇର ସହାୟତା ନେଇଥିଲା । ଯୁବତୀଙ୍କ ସହ ଆଉ ଦୁଇଜଣ ଯୁବକ ଏକ ବାଇକରେ ଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସର ମୁନୁ କିଷାନ ଉପରେ ସନ୍ଦେହ ହୋଇଥିଲା । ତାକୁଥାନାକୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟାକରିଥିବା ସମ୍ପର୍କରେ ମାନି ଯାଇଥିଲା । ଏପରିକି ସେ ପୋଲିସ ନଜରରୁ ବର୍ତ୍ତିବା ପାଇଁ ବାଇକର ନମ୍ବର ପ୍ଲେଟ ମଧ୍ୟ ବଦଳାଇଥିଲା ।
ଅଧିକ ପଢନ୍ତୁ: ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ଏହାପରେ ହତ୍ୟାକାରୀ ମୁନୁ କିଷାନଙ୍କୁ ପୋଲିସ ଗିରଫ କରିଥିଲା । ମୁନୁ କିଶାନ ୨୦୨୩ ଅଗଷ୍ଟରେ ଜଣେ ନାବାଳିକାଙ୍କୁ କରିଥିଲା ଦୁଷ୍କର୍ମ। ନାବାଳିକାର ପରିବାରର ଅଭିଯୋଗ କ୍ରମେ ଗିରଫ ହୋଇ ଜେଲ୍ ଯାଇଥିଲା ମୁନୁ। ଆଉ ବେଲରେ ଆସି ନେଲା ପ୍ରତିଶୋଧ। ନାବାଳିକାରୁ ସାବାଳିକା ହୋଇସାରିଥିବା ପୀଡ଼ିତା ରହୁଥିଲେ ଝାରସୁଗୁଡ଼ା ଟାଉନ ଥାନା ଅଚଂଳରେ ଥିବା ତାଙ୍କ ସଂପର୍କୀୟଙ୍କ ଘରେ । କୌଶଳ କ୍ରମେ ଝାରସୁଗୁଡାରୁ ରାଉରକେଲା ନେଇ ବୀଭତ୍ସ ହତ୍ୟା କରିଥିଲା । ମୁଣ୍ଡ ବିହୀନ ଶରୀର ଅଖାରେ ଭର୍ତ୍ତି କରି ବ୍ରାହ୍ମଣୀରେ ଫିଙ୍ଗିଲା ଦୁର୍ବୃତ୍ତ । ନଦୀ ପାଖରୁ 400 ମିଟର ଦୂର ପୋଖରୀରୁ ମିଳିଲା କଟା ହାତ, ଗୋଡ଼ ଓ ମୁଣ୍ଡ ମିଳିଥିଲା ।