ବିକାଶ ବଦଳରେ ଦିଶୁଛି ବିକଳ ଚିତ୍ର

କୋରାପୁଟ: ବଣ ଜଙ୍ଗଲ ଘେରା ଏହି ଗ୍ରାମ ଏହି ଗ୍ରାମକୁ ଯିବା ପାଇଁ ନା ଅଛି ପକ୍କା ରାସ୍ତାର ବ୍ୟବସ୍ଥା । ନା ଅଛି ପିଲାମାନଙ୍କ ଶିକ୍ଷା ନିମନ୍ତେ ଅଙ୍ଗନବାଡି କେନ୍ଦ୍ର । ପାନୀୟ ଜଳର ବ୍ୟବସ୍ଥା ଥାଇ ମଧ୍ୟ ନ ଥିବା ସମାନ । ଏହି ଗ୍ରାମରେ 250ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ଥାଇ ମଧ୍ୟ ନ ଥିବା ସହ ସମାନ । ଗ୍ରାମରେ ତିନଟି ନଳକୂପ ଅଛି ସତ କିନ୍ତୁ 2 ନଳକୂପର ଜଳ ପାନୀୟ ଉପଯୋଗୀ ନୁହେଁ । ସମସ୍ତ ଗ୍ରାମବାସୀ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ।
ବୈପାରୀଗୁଡା ହଳଦୀକୁଣ୍ଡ ପଞ୍ଚାୟତର ମୁର୍ଜାଚୁଆ ଗ୍ରାମକୁ ଯିବାକୁ ହେଲେ ଗୋଡି ମାଟି, ପଥୁରିଆ ଏବଂ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ, ବର୍ଷା ଦିନରେ ଯିବାକୁ ହେଲେ ପାଦେ ପାଦେ ବିପଦ। ରାସ୍ତା ପାଁଇ ଗ୍ରାମରେ ବିକାଶ ମଧ୍ୟ ସମ୍ଭବ ହୋଇପାରୁ ନାହିଁ, ଗ୍ରାମରେ ସବୁଠାରୁ ବଡ଼ ସମସ୍ୟା ହେଉଛି କେନ୍ଦୁଗୁଡା,ଚିଲିପଦର, ତାଲୁର ଦେଇ ଯାଉଥିବା ରାସ୍ତା ଅତିଶୋଚନିୟ ତା ସହ ମୁର୍ଜାଚୁଁଆ ଗ୍ରାମ ଦେଇ ଏହି ସମସ୍ତ ଗ୍ରାମକୁ ଯିବାକୁ ହେଲେ କାଠପୋଲ ଦେଇ ଯିବାକୁ ପଡ଼େ ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିର୍ବାଚନ ସମୟରେ ଭୋଟ ହାତେଇବା ନିମନ୍ତେ ନେତା ମାନେ ଆସନ୍ତି କିନ୍ତୁ ନିର୍ବାଚନରେ ବିଜୟି ହେବା ପରେ ଦେଇଥିବା ସବୁ ପ୍ରୀତିଶୃତିକୁ ଭୁଲି ଯାଆନ୍ତି l
ଦେଖିବାକୁ ବାକି ରହିଲା ପ୍ରଶାସନର ଏବଂ ରାଜ୍ୟସରକାରଙ୍କ କୁମ୍ଭକର୍ଣ ନିଦ୍ରା କେବେ ଭାଙ୍ଗିବ ଓ ଏହି ଗ୍ରାମବାସୀଙ୍କ ସମସ୍ୟା ଲାଘବ ହେବ l
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...