Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଇଦ୍-ଉଲ୍-ଜୁହା, ଚଳଚଞ୍ଚଳ ମସଜିଦ୍‌

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ଇଦ୍-ଉଲ୍-ଜୁହା, ଚଳଚଞ୍ଚଳ ମସଜିଦ୍‌

ଅର୍ଗସ ବ୍ୟୁରୋ:  ଆଜି ମୁସଲମାନଙ୍କ ପବିତ୍ର ପର୍ବ ବକରୀଦ ବା ଇଦ୍-ଉଲ୍-ଜୁହା ।ସକାଳେ ସକାଳେ ମସଜିଦରେ ନମାଜ ପାଇଁ ମୁସଲିମ ଧର୍ମାବଲମ୍ବୀଙ୍କ ଭିଡ଼। ରମଜାନ ମାସ ଶେଷ ହେବାର ପ୍ରାୟ ୭୦ ଦିନ ପରେ ଏହା ପାଳିତ ହେଉଛି । ବିଶେଷ କରି ତ୍ୟାଗ ଓ ସମର୍ପଣର ପର୍ବ ଭାବେ ଏହାକୁ ପାଳନ କରାଯାଏ । ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Muslims observe Eid al-Adha today | Argus News