Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର 

Odisha

ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର 

Manini Pattanayak
Browse all articles by Manini Pattanayak
·1 year ago·1 min read
ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର 

କଟକ:  ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ରେଳ ଧାରଣାରୁ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ଜି.ପି.ଆର ଏଫ୍ ପୋଲିସ । ଯୁବକ ଜଣକ ହେଲେ କଟକ ମାନସିଂହପାଟଣାର  ସୌମ୍ୟ ପ୍ରକାଶ ମହାପାତ୍ର ।  ସୂଚନା ଅନୁଯାୟୀ ଆଜି ସକାଳୁ ରେଳ ଧାରଣାରେ  ଯୁବକର ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଓ  କଟକ GRPF ଥାନାକୁ ଜଣାଇଥିଲେ l

GRPF ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକର ଖଣ୍ଡ ବିଖଣ୍ଡିତ ଶରୀରକୁ ଜବତ କରିବା ସହ ତା ନିକଟରେ ପଡ଼ିଥିବା ଦୁଇଟି ମୋବାଇଲ, ମନିପର୍ସ ଓ କିଛି ପରିଚୟ ପତ୍ର ପାଇଥିଲା I ସେଇ ପରିଚୟ ପତ୍ର ପୋଲିସ ପାଇବା ପରେ ଜାଣିବାକୁ ପାଇଥିଲା ଯୁବକ ଜଣକଙ୍କ ଘର କଟକ ମାନସିଂହ ପାଟଣା ଓ  ସେ ପେଶାରେ ଜଣେ ଓକିଲ । ତାଙ୍କର ବୟସ ପାଖା ପାଖି ୫୦ ବର୍ଷ ହେବ I  ତେବେ ସେ କାହିଁକି କଟକରୁ ଏଠାକୁ ଆସିଥିଲେ ଓ  ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ଜଣା ପଡ଼ିବ ।  କିଭଳି ଟ୍ରେନ ଦୁର୍ଘଟଣା ର ଶିକାର ହେଲେ ତାହା ତଦନ୍ତ ପରେ ଜଣାପଡ଼ିବ I ଏନେଇ ମୃତକଙ୍କ ପରିବାର ସହିତ କାହାରି ଯୋଗାଯୋଗ ହୋଇପାରିନାହିଁ ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mutilated bodies recovered from railway tracks | Argus News