Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ

Odisha

ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ

ରାୟଗଡା: ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲା ଭାଇ।  ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ  । ଗାଁରେ କାମଧନ୍ଦା ନ ମିଳିବାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ମୁକାପଦର ଗାଁର ଦୁଇ ଭାଇ ଦାଦନ ଖଟିବାକୁ ବିଶାଖାପାଟଣାର ପଲମାନ ପେଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ମାଲିକ ଓ କଣ୍ଟ୍ରାକ୍ଟର ସେମାନଙ୍କୁ ଦରମା ନ ଦେବା ସହିତ ଖାଇବାକୁ ମଧ୍ୟ ଦେଉନଥିଲେ ।

ଫଳରେ ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନେ ରାୟଗଡ଼ା ଫେରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ମୃତକ କୃଷ୍ଣ ମାଝୀଙ୍କ ପୁଅ ରଙ୍ଗା ମାଝୀ । ରଙ୍ଗାଙ୍କ ବଡ଼ବାପା ପୁଅ ମହେଶ୍ବର ମାଝୀ ଗୁରୁତର ଅବସ୍ଥାରେ ଅଛନ୍ତି । ପରିବାର ଲୋକଙ୍କ କହିବା କଥା, ଜିଲ୍ଲାରେ କଂପାନୀ ଥିଲେ ବି ପୁଅ ମାନଙ୍କୁ କାମ ମିଳୁନି । କଂପାନି ପାଇଁ ଜମି ବି ଯାଇଛି । ହେଲେ ପେଟ ପାଇଁ ଦାଦନ ଖଟିବାକୁ ଯାଉଛଛନ୍ତି ପିଲାଏ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
My brother lost his life while working in a shrimp factory. | Argus News