Videos
|
Odisha

ଲୋକଙ୍କ ସେବା ଆଉ ସେମାନଙ୍କ ଉନ୍ନତି କରିବା ହିଁ ମୋର ଏକମାତ୍ର ଧର୍ମ

Ritu Das
Browse all articles by Ritu Das
·2 years ago·2 min read
ଲୋକଙ୍କ ସେବା ଆଉ ସେମାନଙ୍କ ଉନ୍ନତି କରିବା ହିଁ ମୋର ଏକମାତ୍ର ଧର୍ମ

ଅର୍ଗସ ବ୍ୟୁରୋ: ଆଜିର ଦୁନିଆରେ ମୃତ୍ୟୁ ପରେ ନିଜ ସମ୍ପର୍କୀୟ ମାନେ ଆସନ୍ତି ନାହିଁ କିନ୍ତୁ ସେ କାନ୍ଧ ଦେବା ସହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବହନ କରନ୍ତି ଆଉ ନିଜ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖର ସାଥି ହେବା ସହ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି। ସେବା କରିବା ହିଁ ତାଙ୍କର ଏକ ମାତ୍ର ଧର୍ମ। ବିଭିନ୍ନ ସଂଗଠନରେ ରହି ବିଭିନ୍ନ ଦାୟିତ୍ୱ ତୁଲାଇ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଏପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ଏନଏସିର ଗଣେଶ ଚନ୍ଦ୍ର ପଣ୍ଡା। ସେ କୋଟପାଡ଼ର ଚାମ୍ବର ଅଫ କମର୍ଶ, ଗୋପବନ୍ଧୁ ପାଠାଗାରର ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ। ମୋ ଦମୟନ୍ତୀ ସାଗର କମିଟି ଭଳି ବିଭିନ୍ନ ସଂଗଠନରେ ଦାୟିତ୍ୱ ତୁଲାଇ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି, କୋରାନା ମହାମାରି ସମୟରେ ଯେତେବେଳେ ନିଜ ସମ୍ପର୍କୀୟଙ୍କୁ ହରାଇ ଥିଲେ ସେହି ଦିନ ହୃଦୟଙ୍ଗମ କରିଥିଲେ ଅନ୍ତିମ ସଂସ୍କାର ସମୟରେ ଅଞ୍ଚଳବାସୀ କିଭଳି ସମସ୍ୟାର ସମୁଖୀନ ହେଉଛନ୍ତି ସେଥିପାଇଁ ସେ ନିଜସ୍ୱ ଖର୍ଚ୍ଚରେ ଏକ ଶ୍ମଶାନ କୋଟପାଡ଼ର କେନ୍ଦୁଗୁଡା ଠାରେ ନିର୍ମାଣ କରିଛନ୍ତି। 

 2020 ମସିହାରୁ ଆଜି ପର୍ଯ୍ୟନ୍ତ ନିଜସ୍ୱ ଖର୍ଚ୍ଚରେ କୋଟପାଡ଼ ଅଞ୍ଚଳରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ସମୟରେ ଵ୍ୟଵହୃତ କାଠ ଏବଂ ପୂଜା ସାମଗ୍ରୀ ପ୍ରଦାନ କରିଆସୁଛନ୍ତି।  ସମସ୍ତ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛି କୋଟପାଡ଼ ସ୍ୱର୍ଗଦ୍ୱାର ଟ୍ରଷ୍ଟ। କିଛି ବର୍ଷହେଲା ସମସ୍ତ ଜାତିର ଲୋକଙ୍କ ନିମନ୍ତେ ସେ ଆଉ ଏକ ଶ୍ମଶାନ ମଧ୍ୟ ନିର୍ମାଣ କରିଛନ୍ତି।  

ଶ୍ମଶାନଟି ଦେଖିବାକୁ ସମ୍ପୂର୍ଣ୍ଣ ପାର୍କ ସଦୃଶ୍ୟ। ଏହି ସ୍ଥାନରେ ବିଭିନ୍ନ ପ୍ରକାରର ଫୁଲ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ମଧ୍ୟ ଏଠାରେ ଲଗାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଠାରେ ଫୁଟିଥିବା ଫୁଲ ସମସ୍ତ ସମ୍ପ୍ରଦାୟର ଲୋକ ଆସି ନେଇଥାନ୍ତି ଏବଂ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରନ୍ତି। ସମାଜ ସେବୀ ଗଣେଶ ପଣ୍ଡା ପ୍ରତିଦିନ 2 ଘଣ୍ଟା ଏହି ସ୍ଥାନରେ  ଅତିବାହିତ କରିଥାନ୍ତି ଆଉ ବୃକ୍ଷ ଗୁଡିକର ରକ୍ଷଣା ବେକ୍ଷଣ କରିଥାନ୍ତି। ଏହି ସ୍ଥାନରେ 3 ଜଣଙ୍କୁ ମଧ୍ୟ କିଛି ପରିଶ୍ରାମିକ ଦେଇ ନିୟୋଜିତ ମଧ୍ୟ କରିଛନ୍ତି। ସେ କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଦମୟନ୍ତୀ ସାଗରର ପୁନରୁଦ୍ଧାର ନିମନ୍ତେ ଚେଷ୍ଟା ଜାରି ରଖିଥିଲେ ଏବଂ ରାଜ୍ୟ ସରକାରଙ୍କ ଦୃଶ୍ୟ ଆକର୍ଷଣ ମଧ୍ୟ କରିଥିଲେ। ଆଉ ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବାକୁ ମଧ୍ୟ ଯାଉଛି। ତାଙ୍କୁ ସଦାସର୍ବଦା  ବିଭିନ୍ନ ବିଦ୍ୟାଳୟ ଏବଂ ସଂଗଠନ ଆଉ ସରକାରୀ କାର୍ଯ୍ୟକ୍ରମ ମାନଙ୍କରେ ମୁଖ୍ୟ ଅତିଥିର ପଦବୀ ଅଞ୍ଚଳବାସୀ ଦେଇ ଆସିଛନ୍ତି l

ସମାଜକୁ ଏକ ସୁନ୍ଦର ଅବଦାନ ପାଇଁ ଗଣେଶ ପଣ୍ଡା ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟକଳାପ ଜାରି ରହିବ ବୋଲି ଗଣେଶ ପଣ୍ଡା କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

My only religion | Argus News