Animal Attack / ଅଜଣା ଜନ୍ତୁ ଆତଙ୍କ: ୨ ଶହ ଦେଶୀ କୁକୁଡ଼ା ମୃତ

Key Points
କୁକୁଡ଼ା ଫାର୍ମରେ ଅଜଣା ଜନ୍ତୁ ଆକ୍ରମଣ
୨ ଶହ ଦେଶୀ କୁକୁଡ଼ା ମୃତ
କୁକୁଡ଼ା ଶରୀରରେ କଣା ହେବା ଶହ ଶରୀର ସମ୍ପୂର୍ଣ୍ଣ କ୍ଷତାକ୍ତ
ଅଜଣା ଜନ୍ତୁ ଆତଙ୍କ। ଘଟିଛି ଏକ ଅଭାବନୀୟ ଘଟଣା । ମରି ପଡ଼ିଛନ୍ତି ଶହ ଶହ କୁକୁଡ଼ା। କୁକୁଡ଼ା ଫାର୍ମରେ ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୨ଶହ ଦେଶୀ କୁକୁଡ଼ା ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କମଳାପଦର ଗ୍ରାମର ଜିତୁ ବାରିକଙ୍କ ଦେଶୀ କୁକୁଡ଼ା ଫାର୍ମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ରାତି ସମୟରେ କୌଣସି ଅଜଣା ଜନ୍ତୁ ଆସି ସମସ୍ତ କୁକୁଡ଼ା ଶରୀରରେ କଣା ହେବା ଶହ ଶରୀର ସମ୍ପୂର୍ଣ୍ଣ କ୍ଷତାକ୍ତ କରିଛି । ଫାର୍ମରେ ଥିବା ୨ଶହ ଦେଶୀ କୁକୁଡା ସବୁ ମରି ପଡ଼ିଥିବା ବେଳେ କିଏ ଏପରି କରିଛି ତାହା ଜଣାପଡ଼ିନାହିଁ। ଏଖବର ପରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ଗୋଟିଏ ଗୋଟିଏ କୁକୁଡ଼ାର ଦାମ ୧ ହଜାର ଟଙ୍କା ରୁ ୧୨ ଶହ ଟଙ୍କା ହେବ ବୋଲି ଚାଷୀ କହିଛନ୍ତି।
ବିଳମ୍ବିତ ରାତିରେ ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମରେ ଅଜଣା ଜନ୍ତୁ ପଶି କୁକୁଡ଼ା ଖାଇଦେଇଥିବା ଅଭିଯୋଗ ହୋଇଛି । ଜିତୁ ଦୀର୍ଘ ୫ ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଥିବା ବେଳେ ଚଳିତବର୍ଷ ମଧ୍ୟ କୁକୁଡ଼ା ସହ କୁକୁଡ଼ା ଚିଆଁ ପାଳନ କରିଥିଲେ । କିନ୍ତୁ ଫାର୍ମର ବାଡ଼କାଟି ଫାର୍ମରେ ଥିବା ସମସ୍ତ କୁକୁଡ଼ାକୁ ଅଧା ଅଧା କରି ଖାଇଛି ଅଜଣା ଜନ୍ତୁ । ଏହି ଅଜଣା ଜନ୍ତୁଟି ଆସିଲା କେଉଁଠୁ ସେନେଇ ତଦନ୍ତ ଚାଲିଛି। ଏଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଜି କୁକୁଡ଼ା ମାରିଛି ଅଜଣା ଜନ୍ତୁ କାଲି ଆଉ କାହାକୁ ବି ଆକ୍ରମଣ କରିପାରେ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ
ଏଘଟଣା ପୁରା ଅଞ୍ଚଳରେ ଭୟ ସୃଷ୍ଟି କରିଛି। ସମସ୍ତ ଗ୍ରାମବାସୀଙ୍କୁ ସତର୍କ ରହିବାକୁ କୁହାଯାଉଛି। ରାତିହେଲେ ସମସ୍ତେ ଜଗି ରହୁଛନ୍ତି। ଏହାସହ ଅଜଣା ଜନ୍ତୁକୁ ଧରିବାକୁ ଚାଲିଛି ସମସ୍ତ ଚେଷ୍ଟା ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
Related Topics
Explore more stories