BJP Leader Pitabash Panda Shot Dead / ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ

Key Points
ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କୁ ଗୁଳିମାରି ହତ୍ୟା ଘଟଣା । ବାପାଙ୍କ ମୃତ୍ୟୁ ନେଇ ପୁଅ ସୌରଭ ପଣ୍ଡାଙ୍କ `ଅର୍ଗସ୍'କୁ ପ୍ରତିକ୍ରିୟା । ନ୍ୟାୟ ସହ ଅଭିଯୁକ୍ତକୁ ଦଣ୍ଡ ଦାବି କଲେ ପୀତବାସଙ୍କ ପୁଅ ।
ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କୁ ଗୁଳିମାରି ହତ୍ୟା ଘଟଣା । ବାପାଙ୍କ ମୃତ୍ୟୁ ନେଇ ପୁଅ ସୌରଭ ପଣ୍ଡା 'ଅର୍ଗସ୍'କୁ ପ୍ରତିକ୍ରିୟା ଦେଇଛନ୍ତି । ନ୍ୟାୟ ସହ ଅଭିଯୁକ୍ତକୁ ଉଚିତ୍ ଦଣ୍ଡ ଦେବାକୁ ଦାବି କରିଛନ୍ତି ସୌରଭ । ସେ କହିଛନ୍ତି 'ମୋ ବାପା ଜଣେ ଭଲ ଲୋକ ଥିଲେ ଓ ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ସ୍ବାଭାବିକ ଭାବେ ଜଣେ ଘରୁ ଯେପରି ଯାଆନ୍ତି, ଘଟଣାଦିନ ବାପା ସେମିତି ଯାଇଥିଲେ । କିନ୍ତୁ ଏଭଳି ଅଘଟଣକୁ ଆମେ ବିଶ୍ବାସ କରିପାରୁନୁ ବୋଲି କହିଛନ୍ତି ପୀତବାସ ପଣ୍ଡାଙ୍କ ପୁଅ ସୌରଭ ।
ସେପଟେ ଏହି ଘଟଣାରେ ସମୟ ଯେତିକି ଗଡୁଛି, ସସ୍ପେନ୍ସ ସେତିକି ବଢ଼ିବାରେ ଲାଗୁଛି । ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା ଉପରୁ ହଟୁନି ପରଦା । ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ'ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୧୧ ଯାଏ ପ୍ରବଳ ବର୍ଷାର ସମ୍ଭାବନା
ଅନ୍ୟପକ୍ଷରେ ଦୁର୍ବୃତ୍ତ ଯେଉଁଗାଡ଼ିରେ ଆସି ପୀତବାସଙ୍କୁ ଗୁଳି ମାରିଥିଲା ସେହି ଗାଡ଼ିର ନମ୍ବର ମଧ୍ୟ ନକଲି ଥିବା ଅନୁମାନ କରାଯାଉଛି । ସେପଟେ ଗତକାଲି ଆଇଜି ଏବଂ ବ୍ରହ୍ମପୁର ଏସପି ଦେଇଥିଲେ ବଡ଼ ବୟାନ । ସୁପାରି ଦେଇ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ । ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୬ଟି ଟିମ । ବରିଷ୍ଠ ଅଧିକାରୀ, ଦୁଇ ଜଣ DSPଙ୍କ ସହ ଅଭିଜ୍ଞତା ସମ୍ପର୍ଣ୍ଣ ଅଫିସରଙ୍କୁ ଟିମ୍ରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ଯାଏଁ ୫୦ରୁ ଅଧିକ CCTV ଯାଞ୍ଚ ହୋଇଛି । ଫୋନ୍ କଲ ମଧ୍ୟ ଯାଞ୍ଚ ହେଉଛି । କିଛି ଲୋକଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଥିଲେ ବ୍ରହ୍ମପୁର ଏସପି । ଅନ୍ୟପଟେ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ବୋଲି କହିଥିଲେ ଦକ୍ଷିଣାଞ୍ଚଳ ଆଇଜି ।
Related Topics
Explore more stories