Crime / ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Key Points
ସ୍ଵାମୀଙ୍କ ଅନୁପସ୍ଥିତିରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଵାମୀ । ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ଭୁବନେଶ୍ଵର: ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ଵାମୀଙ୍କ ଅନୁପସ୍ଥିତିରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ଵାମୀ । ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଭୁବନେଶ୍ଵର ଭରତପୁର ଥାନା ଅଞ୍ଚଳର ଅନିଦିତା ମହାନ୍ତ ଓ ସ୍ଵାମୀ ଗୌତମ ଚରଣ ଘଡ଼ାଇ ୬ ମାସ ତଳେ ହାଇଦ୍ରାବାଦ ଯାଇଥିଲେ । ହାଇଦ୍ରାବାଦର ଅଳ୍ପନା ନାମକ ଏକ କନଷ୍ଟ୍ରକ୍ସନ କମ୍ପାନୀ ଅନିଦିତା ଓ ଗୌତମ କାମ କରୁଥିଲେ । ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ଛୁଆମାନଙ୍କୁ ଅନିଦିତା ପାଠ ପଢ଼ାଉଥିଲେ ।
ଏଥିସହ ପଢ଼ନ୍ତୁ: ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ
କିଛିଦିନ ତଳେ ସ୍ତ୍ରୀ ଅନିଦିତାଙ୍କୁ କମ୍ପାନୀ ଦେଇଥିବା କ୍ଵାର୍ଟରରେ ଛାଡ଼ି ସ୍ଵାମୀ ଗୌତମ ଓଡ଼ିଶା ଆସିଥିଲେ । ପାସପୋର୍ଟ ସଂଶୋଧନ ପାଇଁ ଗୌତମ ଘରକୁ ଆସିଥିବା ବେଳେ ବୁଧବାର ଖବର ପାଇଥିଲେ ଅନିଦିତା ଅସୁସ୍ଥ । ଆଉ ଗୌତମ ହାଇଦ୍ରାବାଦରେ ପହଞ୍ଚିବା ବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।
ଗୌତମଙ୍କ ଅନୁସାରେ, "ସେ ରହୁଥିବା କ୍ଵାର୍ଟରରୁ ସନ୍ଦେହଜନକ ଅବସ୍ଥାରେ ଅନିନ୍ଦିତାଙ୍କ ମୃତଦେହ ମିଳିଥିଲା । ଦୁଷ୍କର୍ମ ପରେ ଅନିଦିତାଙ୍କୁ ହତ୍ୟା କରି ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ।" ତେବେ ଗୌତମ ଦୁଇଦିନ ହେଲା ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ୍ରେ ଚକ୍କର କାଟୁଥିବା ବେଳେ ତାଙ୍କୁ ସ୍ତ୍ରୀଙ୍କ ମରଶରୀର ବି ଦେଖିବାକୁ ଦିଆଯାଉନି ।
📱 Get Argus News App
✨
କେବଳ ସ୍ତ୍ରୀଙ୍କ ଡେଡ୍ ବଡି ଦେଖିବାକୁ ଦିଆଯାଉନି ତା' ନୁହେଁ । ଗୌତମଙ୍କ ଅଭିଯୋଗ ଅନୁସାରେ, "ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରୁନାହାନ୍ତି । ଗୌତମ ଇଂରାଜୀରେ ଏତଲା ଦେବାକୁ ଚାହୁଁଥିବା ବେଳେ ପୋଲିସ ତେଲୁଗୁରେ ଏଫ୍ଆଇଆର୍ ପାଇଁ ବାଧ୍ୟ କରୁଛି ।" ସ୍ତ୍ରୀର ମୃତ୍ୟୁ ପରେ ପୋଲିସ ତଦନ୍ତ କରିଛି କି ନାହିଁ ତାକୁ ନେଇ ବି ଗୌତମ ପ୍ରଶ୍ନ ଉଠାଇ ସାହାଯ୍ୟ ମାଗିଛନ୍ତି ।
ଏଥିସହ ପଢ଼ନ୍ତୁ: ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ
ସେପଟେ ମୃତ ଅନିଦିତାଙ୍କ ମାଆ କହିଛନ୍ତି, "ପରିବାର ଋଣ ଭାରରେ ବୁଡ଼ି ରହିଛି । ଝିଅ କରଜ ଶୁଝିବାକୁ ଯାଇ ଶବ ପାଲଟି ଯାଇଛି ।" ଅନିଦିତାଙ୍କ ବାପା ଭୁବନେଶ୍ୱର ଭରତପୁର ଥାନାରେ ଏତଲା ଦେବା ସହ ଝିଅ ହତ୍ୟାକାରୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଅନିଦିତା ଓ ଗୌତମଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା ବୋଲି ପରିବାର ଲୋକେ କହୁଛନ୍ତି । ଯଦି ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ୍ ଥିଲା, ପାରିବାରିକ କଳହ ନଥିଲା ତାହେଲେ ଅନିଦିତା କାହିଁକି ଜୀବନ ହାରିବେ ? ଏ ପ୍ରଶ୍ନ ଉଠୁଥିବା ବେଳେ ସ୍ଵାମୀ, ଦୁଷ୍କର୍ମ ଅଭିଯୋଗ ଆଣି ତଦନ୍ତରେ ସହାୟତା କରିବାକୁ ନିବେଦନ କରିଛନ୍ତି ।