ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା, ସମୟ ମାଗିଲେ ସରକାର
·2 years ago

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା। ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ସମୟ ନେଲେ ସରକାର। କମିଶନଙ୍କ ରିପୋର୍ଟ ପ୍ରସଙ୍ଗ ରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଇଛନ୍ତି ସରକାର। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଚାବି ହଜିବା ଘଟଣାରେ ଗଠିତ ହୋଇ ଥିଲା ଜଷ୍ଟିସ ରଘୁବୀର ଦାସ କମିଶନ। ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ। କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି। ସରକାର ବାରମ୍ବାର ସମୟ ନେଇଚାଲିଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କେବେ ଏହାର ଜବାବ ରଖିବେ। ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: