ଏନ.ଏ.ସି. ଅଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ
·1 year ago

ଅର୍ଗସ ବ୍ୟୁରୋ: ନୀଳଗିରିରେ ଭାଙ୍ଗୁଛି ବିଜେଡି। ବିଜେଡି ସମର୍ଥିତ ଏନ.ଏ.ସି. ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି। ଏନ.ଏ.ସି. ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଆସିଲା ଅନସ୍ଥା ପ୍ରସ୍ତାବ। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି NACର ୯ ଜଣ କାଉନସିଲର ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ନୀଳଗିରି ଏନଏସିରେ ୧୩ ଜଣ କାଉନସିଲର ଥିବାବେଳେ ଅନାସ୍ଥା ପ୍ରସ୍ତାବରେ ୧୧ ଜଣ କାଉନସିଲରଙ୍କ ଦସ୍ତଖତ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: