Crime In Odisha / ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ; ୨୦୧୦ରୁ ଚାଲିଥିଲା ମାମଲା
·1 hour ago·2 min read

Key Points
ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କାର ରାଓ ଜେଲ୍ ଯାଇଛନ୍ତି । ସୋମବାର ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
ରାୟଗଡ଼ା: ଆତ୍ମସମର୍ପଣ ପରେ ଜେଲ୍ ଗଲେ ଏନ୍ ଭାସ୍କର ରାଓ । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କାର ରାଓ ଜେଲ୍ ଯାଇଛନ୍ତି । ସୋମବାର ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
୨୦୨୧୦ ଡିସେମ୍ବର ୨୩ ତାରିଖରେ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ମାମଲାରେ ଏବେ ଆତ୍ମସମର୍ପଣ ପରେ ଏନ୍ ଭାସ୍କର ରାଓ ଜେଲ୍ ଯାଇଛନ୍ତି । ପୂର୍ବରୁ ମାମଲାରେ ଏନ୍ ଭାସ୍କର ରାଓଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଥିଲେ ହାଇକୋର୍ଟ ।
ଏଥିସହ ପଢ଼ନ୍ତୁ: ଏହି ଅଭୟାରଣ୍ୟରେ ଦେଖାଗଲା ମହାବଳ, ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା
କିନ୍ତୁ ହାଇକୋର୍ଟ ଦେଇଥିବା ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ହତ୍ୟା ମାମଲାରେ ହସ୍ତକ୍ଷେପ କରିଥିଲେ । ଭାଗିରଥି ମାଣ୍ଡାଙ୍ଗୀଙ୍କ ପରିବାର ହତ୍ୟାକାଣ୍ଡରେ ଏନ୍ ଭାସ୍କରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ଦେଇଥିଲେ ।
ଯାହା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନ୍ ଭାସ୍କାର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ । କୋର୍ଟ ଜାମିନ୍ ନା ମଞ୍ଜୁର କରିବାରୁ ଏନ୍. ଭାସ୍କର ରାଓଙ୍କୁ ରାୟଗଡ଼ା ଉପକାରଗାରକୁ ପଠାଇ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହତ୍ୟାକାଣ୍ଡର ପୃଷ୍ଠଭୂମି
ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ୨୦୧୦ ଡିସେମ୍ବର ମାସରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ହାତଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଭାଗିରଥିଙ୍କ ଦଗ୍ଧ ମୃତଦେହ ଆନ୍ଧ୍ରପ୍ରଦେଶର ତୋଟାପଲ୍ଲୀ ଡ୍ୟାମ୍ ନିକଟରୁ ମିଳିଥିଲା । ଯାହାକି ରାୟଗଡ଼ା ଠାରୁ ୭୦ କିଲୋମିଟର ଦୂରରେ ରହିଛି । ଆଉ ଏହି ହତ୍ୟାରାଣ୍ଡ ସେତେବେଳେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
ଯାହା ପରେ ଜିଲ୍ଲା ଆଦିବାସୀ ମହାସଂଘ ବାରମ୍ବାର ହତ୍ୟାକାଣ୍ଡର ସିବିଆଇ (CBI) ତଦନ୍ତ ଦାବି କରି ଆସିଥିଲା । ଏବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ଏନ୍. ଭାସ୍କର ରାଓ ଆତ୍ମସମର୍ପଣ କରିବା ସମ୍ପୂର୍ଣ୍ଣ ଜିଲ୍ଲା ସହ ରାଜ୍ୟରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁକୁ ଆସିଛି ।
ଏଥିସହ ପଢ଼ନ୍ତୁ: ଲୁଟ୍ ଟଙ୍କାରେ ଦାମୀ ଉପହାର! ଏଟିଏମ୍ ଲୁଟେରାଙ୍କ ରଙ୍ଗିନ୍ ଜୀବନର ଖୋଲିଲା ଗୁମର
ରେଡ୍ କରିଥିଲା EOW
ଏହା ପୂର୍ବରୁ ନଭେମ୍ବର ୬ ତାରିଖରେ ଅର୍ଥନୈତିକ ଅପରାଧ ଶାଖା (EOW) ଏନ୍. ଭାସ୍କର ରାଓଙ୍କ ସହ ଜଡ଼ିତ ୧୧ଟି ସ୍ଥାନରେ ରେଡ୍ କରିଥିଲା । ରାୟଗଡ଼ାରୁ ନେଇ ଭୁବନେଶ୍ଵର ପର୍ଯ୍ୟନ୍ତ ଛାନଭିନ୍ ହୋଇଥିଲା । ରାୟଗଡ଼ା ଟ୍ରକ୍ ଆସୋସିଏସନ୍ ସହ ଜଡ଼ିତ ଆର୍ଥିକ ଦେଣନେଣକୁ ନେଇ ହୋଇଥିଲା ଏହି ଚଢ଼ାଉ ।