|
logo
Live
Argus News App
GET APP

Argus News - ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ସମୟ ମାଗିଲେ ଦୀପାଲି ଓ ବିଶାଲ

Odisha

ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ସମୟ ମାଗିଲେ ଦୀପାଲି ଓ ବିଶାଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ସମୟ ମାଗିଲେ ଦୀପାଲି ଓ ବିଶାଲ

ଭୁବନେଶ୍ୱର:  ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । କ୍ରାଇମବ୍ରାଞ୍ଚରେ ଆଜି ହାଜର ହେବେ ନାହିଁ ଦୀପାଲି ଓ ବିଶାଳ। ସମୟ ମାଗିଲେ ବିଶାଳ । ପାରିବାରିକ ସମସ୍ୟା ଯୋଗୁଁ ଆଜି କ୍ରାଇମବ୍ରାଞ୍ଚ ଆସିବେ ନାହିଁ ବୋଲି ଅବଗତ କଲେ । ଏହା ସହ କ୍ରାଇମବ୍ରାଞ୍ଚରେ ହାଜର ନହୋଇ ବରଂ ତାଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ ଆସି ବୟାନ ରେକର୍ଡ କରୁ ବୋଲି କ୍ରାଇମବ୍ରାଞ୍ଚକୁ ନିବେଦନ କରିଛନ୍ତି ବିଶାଳ ।

କ୍ରାଇମବ୍ରାଞ୍ଚ କେବେ ବୟାନ ରେକର୍ଡ କରିବ ସେନେଇ ସେ ସମୟ କହିବେ ବୋଲି କହିଛନ୍ତି ବିଶାଳ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆପତ୍ତି ଅଭିଯୋଗ ଜଣେଇବା ପାଇଁ ଉଭୟଙ୍କୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ। ପୋଲିସ ଲଗାଇ ବାପାଙ୍କ ହତ୍ୟା କରାଯାଇଥିବା ଓ ସିବିଆଇ ତଦନ୍ତ ଚାହୁଁଥିବା କଥା ଦୀପାଳି କହିବା


ବିଶାଳ ଓ ଦୀପାଳି ଦାସଙ୍କୁ ନୋଟିସ ଜାରି ହୋଇଥିଲା । ଆଜି ହାଜର ହେବାକୁ କୁହାଯାଇଥିଲେ ବି ଦୁହେଁ ହାଜର ହେଲେ ନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ କିଛି ଆପତ୍ତି ଥିଲେ ଜଣାଇପାରିବେ । ହତ୍ୟାକାଣ୍ଡ ସମ୍ପର୍କରେ କିଛି ନୂଆ ତଥ୍ୟ ଥିଲେ ଜଣାଇପାରିବେ ବୋଲି ଦୀପାଲି ଏବଂ ବିଶାଲଙ୍କୁ କୁହାଯାଇଥିଲା। ପୋଲିସ ଲଗାଇ ବାପାଙ୍କ ହତ୍ୟା କରାଯାଇଥିବା ଓ ସିବିଆଇ ତଦନ୍ତ ଚାହୁଁଥିବା କଥା ଦୀପାଳି କହିବା ପରେ ଲିଖିତ ଭାବେ ଜଣାଇବାକୁ କହିଥିଲେ ଆଇନମନ୍ତ୍ରୀ । ଏପରିକି ବାପାଙ୍କ ଶ୍ରାଦ୍ଧ ଦିବସରେ ଦୀପାଳି କହିଥିଲେ ପରିବାର ସହ ବିଚାର ବିମର୍ଷ ଚାଲିଛି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ସିବିଆଇ ତଦନ୍ତ ପାଇଁ ଜଣାଇବୁ ।

କିନ୍ତୁ ମାସାଧିକ କାଳ ବିତିଥିଲେ ବି ଦୀପାଳି କାହିଁକି ଲିଖିତ ଭାବେ ଜଣାଉ ନାହାନ୍ତି ତାକୁ ପ୍ରଶ୍ନ ଉଠିଥିବା ବେଳେ ପ୍ରଦୀପ ପୁରୋହିତ ଙ୍କ ବୟାନ ଘଟଣାକୁ ଅଧିକ ରୋଚକ କରିଛି । ତେବେ ଦେଖିବାର କଥା ଆସନ୍ତାକାଲି ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚ ସାମ୍ନାରେ ପୂର୍ବରୁ ହୋଇଥିବା ତଦନ୍ତ ନେଇ ଆପତ୍ତି ଉଠାଉଛନ୍ତି ନା ପୂର୍ବ ତଦନ୍ତରେ ହଁ ଭରି ମାମଲା ବନ୍ଦ କରିବାର ରାସ୍ତା ଖୋଲି ଦେଉଛନ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ସମୟ ମାଗିଲେ ଦୀପାଲି ଓ ବିଶାଲ | Argus News