Videos
|
Odisha

ସୁପ୍ରିମକୋର୍ଟରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

Banajyotshna Ray
Browse all articles by Banajyotshna Ray
·2 years ago
ସୁପ୍ରିମକୋର୍ଟରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି । ସମାଜସେବୀ ପିନାକ ମହାନ୍ତି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିବା ବେଳେ ଗତ ଏପ୍ରିଲ ୧୫ ତାରିଖ ଏହାର ପ୍ରଥମ ଶୁଣାଣି ହୋଇଥିଲା। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଆସନ୍ତା ଜୁଲାଇ ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀ କହିଛନ୍ତି, ଓଡ଼ିଶାର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଓଡ଼ିଶା ସରକାରଙ୍କ ସଂସ୍ଥା ଦ୍ବାରା ହେଉଥ‌ିବା ତଦନ୍ତ ସନ୍ଦେହ ସୃଷ୍ଟି କରୁଛି।  ସିବିଆଇ ତଦନ୍ତ କରାଗଲେ ହତ୍ୟାକାଣ୍ଡର ଅସଲ କାରଣ ଜଣାପଡ଼ିବ। ଏହି ହତ୍ୟାକାଣ୍ଡରେ ତତ୍କାଳୀନ ବିଜେଡି ନେତା ଭି.କେ କେ ପାଣ୍ଡିଆନ ଓ  ତତ୍କାଳୀନ ବିଧାୟକ ବବି ଦାସଙ୍କ ଭୂମିକା ରହିଥ‌ିବା ଅଭିଯୋଗ କରାଯାଇଛି। ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naba das murder case in cbi enquiry demand | Argus News