ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ

ଅର୍ଗସ ବ୍ୟୁରୋ : ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ହତ୍ୟାକାଣ୍ଡକୁ ପୁରିଛି ଗୋଟିଏ ବର୍ଷ । ନ୍ୟାୟ ଅପେକ୍ଷାରେ ନବଙ୍କ ପରିବାର। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗୋପାଳ କାହିଁକି ହତ୍ୟା କରିଥିଲା କାରଣ ଏବେ ବି ଅସ୍ପଷ୍ଟ ।
ନବ ଦାସଙ୍କ ସ୍ତ୍ରୀ ମିନତି ଦାସ କହିଛନ୍ତି ଆମେ ନ୍ୟାୟ ମିଳିବା ଆଶାରେ ରହିଛୁ । ସେପଟେ ଝାରସୁଗୁଡା ବିଧାୟିକା ତଥା ଝିଅ ଦୀପାଳି ଦାସ ବାପାଙ୍କୁ ନ୍ୟାୟ ମିଳିବା ପାଇଁ ମୁହ ଖୋଲିଲେ ନାହି । କିଛି ଦିନ ପୁବରୁ ଆଇନ ତା ବାଟରେ ଅଛି କହି, ଦୀପାଲି ଦାସ ମୁହ ମୋଡି ଚାଲିଯାଇଥିଲେ । ହେଲେ ଆଜି ବାପାଙ୍କ ସ୍ମାରକିରେ ମାରାଥନ, ପ୍ରତିମୃତ୍ତି ଉନ୍ମୋଚନ କରିଥିଲେ ମଧ୍ୟ ନ୍ୟାୟ କଥା କହିଲେ ନାହି । ଗୋଟିଏ ପଟେ ସ୍ତ୍ରୀ ସ୍ବାମୀର ହତ୍ୟା କାଣ୍ତ ପାଇଁ ନ୍ୟାୟ ଅପେକ୍ଷାରେ ଥିବା ବେଳେ ଅନ୍ୟପଟେ ଝିଅ ମୁହ ଖୋଲୁନାହାନ୍ତି।
ତେବେ ନବ ଦାସଙ୍କ ସ୍ମୃତିକୁ ମନେପକାଇ ଆଜି ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ଶୋକ ସଭା ଅନୁଷ୍ଠିତ ହେଉଛି । କିନ୍ତୁ ଅପରପକ୍ଷରେ ଆଜି ହିଁ ସମାନ ତାରିଖରେ ଝାରସୁଗୁଡା ଏଡିଜେ କୋର୍ଟରେ ହତ୍ୟାକାଣ୍ଡ ସମ୍ପର୍କିତ ଘଟଣାକୁ ନେଇ ସାଖ୍ୟା ପ୍ରମାଣ ତାରିଖ ରହିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର