Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସଙ୍କ ଝିଅ ଦିପାଲୀ ଦାସଙ୍କ ନୀରବତା ଉଠାଇଲା ବଡ଼ ପ୍ରଶ୍ନ?

Ritu Das
Browse all articles by Ritu Das
·2 years ago·2 min read
ନବ ଦାସଙ୍କ ଝିଅ ଦିପାଲୀ ଦାସଙ୍କ ନୀରବତା ଉଠାଇଲା ବଡ଼ ପ୍ରଶ୍ନ?

ଅର୍ଗସ ବ୍ୟୁରୋ: ନଜର ପକାନ୍ତୁ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏଇ ପିଟିସନ୍ ଉପରେ । ପିନାକ ମହାନ୍ତି ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଇ ହତ୍ୟାରେ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିଛନ୍ତି ପିଟିସନର। କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ଦେହଘେରରେ, ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି । ଏପ୍ରିଲ ୧୫ ତାରିଖ ଏହାର ପ୍ରଥମ ଶୁଣାଣି ହୋଇଥିଲା । ଜୁଲାଇ ୨୯ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଗୋପାଳର ପରିବାର ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି ।  

ଜାନୁୟାରୀ 29, 2023ରେ ବ୍ରଜରାଜନଗର ଗାନା୍ଧି ଛକରେ ନବ ଦାସଙ୍କୁ ଗୁଳି କରିହତ୍ୟା କରାଯାଇଥିଲା। ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ। ହେଲେ ଏବେ ବି ଅନେକ ଅସମାହିତ ପ୍ରଶ୍ନ
ପ୍ରଶ୍ନ ନମ୍ବର-1
ଗୁଳି ଗାଏବ୍
କୁଆଡେ ଗଲା ନବଙ୍କ ଛାତି ଭେଦି ଯାଇଥିବା ଗୁଳି, 
ପ୍ରଶ୍ନ ନମ୍ବର-2
କାରଣ କଣ
-ନବ ଦାସଙ୍କ ମର୍ଡର ପଛର ମୋଟିଭ୍ କଣ
ପ୍ରଶ୍ନ ନମ୍ବର-3
କ୍ରାଇମବ୍ରାଞ୍ଚ ଗପ
-କାହିଁକି ପାଇଖାନା ଟାଙ୍କି ଗପ କହିଲା କ୍ରାଇମବ୍ରାଞ୍ଚ
ପ୍ରଶ୍ନ ନମ୍ବର-4
ଷଡଯନ୍ତ୍ର 
-ଚାର୍ଜସିଟରେ ଗୋପାଳର ବନ୍ଧୁ ସମ୍ପର୍କରେ ଉଲ୍ଲେଖ ଥିଲା। ସେ ବନ୍ଧୁ ନବଙ୍କଠାରୁ ଗୋପାଳର ଜୀବନ ପ୍ରତି ବିପଦ ଥିବା କହିଥିଲେ। ତେବେ ସେ ବନ୍ଧୁ କିଏ, କାହିଁକି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲାନାହିଁ।
ପ୍ରଶ୍ନ ନମ୍ବର-5
ଦିପାଲୀଙ୍କ ନୀରବତା
ନବ ଦାସଙ୍କ ପତ୍ନୀ ଓ ପୁଅ, ହତ୍ୟା ପଛରେ ଷଡଯନ୍ତ୍ର କଥା ଉଲ୍ଲେଖ କରିଥିଲେ। ହେଲେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦିପାଲୀ ଦାସ କାହିଁକି ଚୁପ୍, କାହିଁକି ସିବିଆଇ ତଦନ୍ତ ଦାବି କରୁନାହାନ୍ତି ଦିପାଲୀ। ନବ ଦାସ ହତ୍ୟା ମାମଲାରେ ପୁଣି ସିବିଆଇ ତଦନ୍ତ ଦାବି ନେଇ ବଢିଲା ସମ୍ଭାବନା। ଏବେ ଅପେକ୍ଷା ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naba Das's daughter | Argus News