କୃଷି କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା

ଅର୍ଗସ ବ୍ୟୁରୋ: ଦେଖନ୍ତୁ ଆଉ ଭଲ ସେ ଶୁଣନ୍ତୁ ରାଜ୍ୟରେ ଯେଉଁଠି ଦେଖି ସେଇଠି ଦୁର୍ନୀତି। ସବୁଠି ପ୍ରତିବାଦ। ନିର୍ବାଚନକୁ ଆଉ ରହିଲା ମାତ୍ର ଦୁଇମାସ। କିନ୍ତୁ କୃଷକମାନଙ୍କ କଥା ସରକାର ଶୁଣିବାକୁ ନାରାଜ। ଖାଲି ଭୋଟ ହାତେଇବାକୁ ହେଉଛି ସବୁ ଯୋଜନା। କିନ୍ତୁ ଜଣେ ଗରିବ ଚାଷୀପାଖରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନି। ସରକାର କା ମାଲ୍ - ଦରିଆ ମେ ଡାଲ୍' ନ୍ୟାୟରେ ଚାଲିଛି ମୁଗ ବିହନ ବଣ୍ଟନ। ଗୋଟିଏ ପଟେ ଚାଷୀ ବିହନ ପାଉନଥିବା ବେଳେ ଅନ୍ୟପଟେ ମାଲେମାଲେ ଏନଜିଓ ସଂସ୍ଥା। ଯାହା ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାର ଉତ୍କୃଷ୍ଟ ମାନର ମୁଗ ଉତ୍ପାଦନ ପାଇଁ ସରକାର ଚାଷୀଙ୍କୁ ଏନଜିଓ ମାଧ୍ୟମରେ ଭଲ ମୁଗ ବିହନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଏନଜିଓ ଓ କୃଷି କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏହି ସବୁ ମୁଗ ବିହନ ଚାଷୀଙ୍କ ପାଖେ ନ ପହଞ୍ଚି ପାରିବା ପରେ ସଙ୍ଗୀନ ଅଭିଯୋଗ କରି ନବ ନିର୍ମାଣ କୃଷକ ସଂଗଠନ ବୋଲଗଡ କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।
ବୋଲଗଡ କୃଷି କାର୍ଯ୍ୟାଳୟ ଅନ୍ତର୍ଗତ ୧୯ଟି ପଞ୍ଚାୟତରେ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ମୁଗ ବିହନ ଦିଆଯାଇନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀଙ୍କୁ ବିହନ ବୁଣିବା ପାଇଁ ଦେବା ଦୂରରେ ଥାଉ , ଏବେ ମୁଗ ଅମଳର ସମୟ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟ ପରିସରରେ ପରୀକ୍ଷାମୂଳକ ଭାବରେ ଏଯାବତ୍ ମୁଗ ବୁଣାଯାଇନାହିଁ ।
ଫଳରେ ବିହନ ପରୀକ୍ଷା ପାଇଁ ଏହି ସବୁ ଉଦ୍ଦିଷ୍ଟ ଜମି ଏବେ ପଡିଆ ପଡିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବିହନ ନ ପାଇ ଚାଷୀ ମାନେ କାର୍ଯ୍ୟାଳୟ ଆଗରେ ଧାରଣାକଥାକୁ ବିଭାଗୀୟ ଅଧିକାରୀ ସ୍ୱୀକାର କରିଛନ୍ତି। ଏହାସହ ଚଳିତ ବର୍ଷ ବହୁ ବିଳମ୍ବରେ ସରକାର ଏନଜିଓ ମାଧ୍ୟମରେ ୮୦୦ ହେକ୍ଟର ଜମି ପାଇଁ ମୁଗ ଓ ୩୦୦ ହେକ୍ଟର ଜମିରେ ବିରି ସରକାରୀ ବିହନ ଦେଇଥିବା କଥା କହିଛନ୍ତି । ସେପଟେ ମୁଗ ବିହନ ନ ଦେବା ଯାକେ ଆମ ଧାରଣା ଜାରି ରହିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
