Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ସୁଅ; ବର୍ଷାରେ ଭିଜି ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

Odisha

Nabajaubana Darshan / ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ସୁଅ; ବର୍ଷାରେ ଭିଜି ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ସୁଅ; ବର୍ଷାରେ ଭିଜି ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ
Nabajaubana Darshan Draws Huge Crowd

Key Points

ଦତ୍ତ ମହାପାତ୍ର ସେବକଙ୍କ ଖଡ଼ି ଲାଗି ଓ ବନକ ଲାଗି ପରେ ଫେରିଛି ଶ୍ରୀଅଙ୍ଗ ଚମକ । ନେତ୍ରୋତ୍ସବ ନୀତି ପରେ ନବଯୌବନ ବେଶରେ ଆଖି ଝଲସା ଦର୍ଶନ ଦେଲେ ଚକାଆଖି ।
ପୁରୀ: ୧୦୮ ଗରା ଜଳରେ ଗାଧୋଇ ଜ୍ବରରେ ପଡ଼ିଲେ । ଦଶମୂଳମୋଦକ ସେବନ କରି ସୁସ୍ଥ ହେଲେ । ଆଉ ଏବେ ରଥଯାତ୍ରାକୁ ଦିନଟିଏ ବାକି ଥିବାବେଳେ ଆଜି ନବଯୌବନ ଦର୍ଶନ ଦେଇଛନ୍ତି ମହାବାହୁ । ମାତ୍ର ଏକ ଘଣ୍ଟା ୨୦ ମିନିଟ୍ ପାଇଁ ଭକ୍ତ କରିଛନ୍ତି ନବଯୌବନ ଦର୍ଶନ ।

ନେତ୍ରୋତ୍ସବ ବନ୍ଦାପନା ନୀତି ପୂର୍ବରୁ ନବଯୌବନ ଦର୍ଶନ ବନ୍ଦ ରହିଛି । ସନ୍ଧ୍ୟା ୫ଟାରେ ପରିମାଣିକ ଟିକେଟ ଦର୍ଶନ ଆରମ୍ଭ ହୋଇ ୫ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । ୫ଟା ୩୦ ପରଠାରୁ ସର୍ବସାଧାରଣ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ୬ଟା ୩୦ରେ ଦର୍ଶନ ବନ୍ଦ ରହିଛି ।

ଏଥିସହ ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଗଲେ କେଉଁଠି ରଖିବେ ଗାଡ଼ି ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ 

ଅପେକ୍ଷାରେ ଥିଲା ଚର୍ମ ଚକ୍ଷୁ । ଦର୍ଶନ ଦେଇ ଭାବ ତଲ୍ଲୀନ କଲେ ମହାବାହୁ । ଶ୍ରୀକ୍ଷେତ୍ରରେ ଛୁଟିଲା ଭାବ ଓ ଭକ୍ତିର ସୁଅ । ଦତ୍ତ ମହାପାତ୍ର ସେବକଙ୍କ ଖଡ଼ି ଲାଗି ଓ ବନକ ଲାଗି ପରେ ଫେରିଛି ଶ୍ରୀଅଙ୍ଗ ଚମକ । ନେତ୍ରୋତ୍ସବ ନୀତି ପରେ ନବଯୌବନ ବେଶରେ ଆଖି ଝଲସା ଦର୍ଶନ ଦେଲେ ଚକାଆଖି । ଆଜି ଚତୁର୍ଦ୍ଦଶୀ ତିଥିରେ ଭୋର ୫ଟା ୨୦ ବେଳକୁ ଦତ୍ତ ମହାପାତ୍ର ସେବକଙ୍କ ଘରୁ ଖଡ଼ି ପ୍ରସାଦ ଶ୍ରୀମନ୍ଦିର ବିଜେ ହୋଇଥିଲା ।

ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଖଡ଼ି ପ୍ରସାଦ ଲାଗି ହେବା ପରେ ବନକ ଲାଗି କରିଥିଲେ ଦତ୍ତ ମହାପାତ୍ର ସେବକ । ଦିନ ଗୋଟାଏ ୩୫ ବେଳକୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ନେଇ ଶ୍ରୀନଅର ଯାଇଥିଲେ ଦତ୍ତ ମହାପାତ୍ର ଓ ଦଇତାପତି ସେବକ । ଏକାଦଶୀ ପରେ ଲାଗି ହୋଇଥିଲା ତୁଳସୀ ଓ ଅନ୍ୟ ଫୁଲକୁ ନେଇ ଶ୍ରୀନଅରକୁ ବିଜେ ନୀତି ହୋଇଥିଲା ।

ଦିନ ୨ଟା ୪୫ରେ ବନକ ଲାଗି ସରିବା ପର ଶ୍ରୀଅଙ୍ଗ ଚମକ ଫେରିବା ସହ ୩ଟା ୩୦ ବେଳକୁ ହୋଇଥିଲା ଚକା ଅପସର ନୀତି । ଦୀର୍ଘ ଦିନର ଅସୁସ୍ଥତା ପରେ ଚକା ଉପରେ ବିଜେ କରି ଅପସର ଉପରେ ଆଉଜି ବସିଛନ୍ତି ରାଜାଧିରାଜ । ଏହାପରେ ଦଶାବତାର ପଟି ଦିଅଁ ଶ୍ରୀମନ୍ଦିରରୁ ବାହୁଡ଼ା ବିଜେ କରିବା ପରେ ଅଣସର ତାଟିକୁ ମଧ୍ୟ ଅପସାରଣ କରାଯାଇଥିଲା । ପରେ ଆରମ୍ଭ ହୋଇଥିଲା ନବଯୌବନ ଦର୍ଶନ ।

ନବଯୌବନ ଦର୍ଶନ କ'ଣ ?

ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ନବଯୌବନ ବେଶ ହେଉଛି ଶ୍ରୀଜୀଉମାନେ ଧାରଣ କରୁଥିବା ଏକ ବିଶେଷ ବେଶ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ରହିଥାନ୍ତି । ୧୫ ଦିନ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିଥାନ୍ତି । ଅଣସର ଶେଷରେ ପୁଣି ଭକ୍ତମାନଙ୍କୁ ଚତୁର୍ଦ୍ଧାମୂରତି ଯେଉଁ ଦର୍ଶନ ଦିଅନ୍ତି ତାହାକୁ କୁହାଯାଏ ନବଯୌବନ ଦର୍ଶନ । ଖଡ଼ିଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ ।

ଏଥିସହ ପଢ଼ନ୍ତୁ: ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ଗ୍ରାମାଞ୍ଚଳର ରାସ୍ତା ଉପରେ ଗୁରୁତ୍ଵ 

ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।

ସ୍ନାନଯାତ୍ରା ହେତୁ ରଥଯାତ୍ରା ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ ଏହାକୁ ଅଙ୍ଗରାଗ କୁହାଯାଏ । ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ । ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଚିତ୍ରିତ କରାଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored