Odisha Cabinet / ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ଗ୍ରାମାଞ୍ଚଳର ରାସ୍ତା ଉପରେ ଗୁରୁତ୍ଵ
·2 hours ago·2 min read

Key Points
୭ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆଉ ୫ବର୍ଷ ପାଇଁ ବୃଦ୍ଧି
୪୬୦୦ କିମି ନୂଆ ସଡ଼କ ପାଇଁ ମିଳିଲା ଅନୁମୋଦନ
ସେତୁ ବନ୍ଧ ଯୋଜନା ୫ ବର୍ଷ ପାଇଁ ବଢ଼ିଲା: ଅନୁ ଗର୍ଗ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜଳ ସମ୍ପଦ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜସ୍ବ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ପାରିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍ ମୋହର ।
ଏଥିସହ ପଢ଼ନ୍ତୁ: ଦୁଇ ଦିନ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ; ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆଉ ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଦୁର୍ଗମ ଅଞ୍ଚଳକୁ ଉତ୍ତମ ରାସ୍ତା ସଂଯୋଗ ସୁନିଶ୍ଚିତ କରାଯିବ । ରାଜ୍ୟର ଯେଉଁ ଗାଁକୁ ରାସ୍ତା ନ ଥିବ ରାସ୍ତା ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧିନରେ ୪, ୬୦୦ କିମି ନୂଆ ସଡ଼କ ପାଇଁ ଅନୁମୋଦନ ମିଳିଛି ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ, ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ କରାଯାଉଛି । ଏହାକୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧୯୧୭ କୋଟିର ବ୍ୟୟବରାଦରେ ୩୮୫୦ କିମି ନୂତନ ରାସ୍ତା ତଥା ସେତୁ ନିର୍ମାଣକୁ ଅନୁମୋଦନ ମିଳିଛି ।
ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ, ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ରାସ୍ତାଗୁଡ଼ିକର ଉନ୍ନତିକରଣ କରାଯାଉଛି । ଯୋଜନାରେ ଆଗାମୀ ୫ ବର୍ଷରେ ୫, ୭୫୦ କୋଟି ବ୍ୟୟ କରାଯାଇ ୧୭, ୫୦୦ କିମି ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ।
ବ୍ରିଜ୍ କମ୍ ୱେୟାର୍ ଯୋଜନା
ରାଜ୍ୟର ନଦୀଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି ରଖାଯିବ । ଯାହାକୁ ପରେ କ୍ଷୁଦ୍ର ଜଳସେଚନ, ପାନୀୟ ଜଳ ଓ ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବ୍ରିଜ୍ କମ୍ ୱେୟାର୍ ଯୋଜନା ।
ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ମୋଟ ୬୦୦ କୋଟି ଟଙ୍କା ବ୍ୟୟବରାଦକୁ କ୍ୟାବିନେଟ୍ ମୋହର ମାରିଛି । ଏଥିସହ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଏବଂ ପୂର୍ବରୁ ଚାଲୁ ରହିଥିବା ସମସ୍ତ ୧୬୨ଟି ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ ।
ଏଥିସହ ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଗଲେ କେଉଁଠି ରଖିବେ ଗାଡ଼ି ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
୫ ବର୍ଷ ବଢ଼ିଲା ସେତୁ ବନ୍ଧ ଯୋଜନା
ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଥିବା ସଂଯୋଗବିହୀନ ସ୍ଥାନଗୁଡ଼ିକରେ ସେତୁ ବନ୍ଧ ଯୋଜନାରେ ବ୍ରିଜ୍ ନିର୍ମାଣ କରାଯାଉଛି । ଯୋଜନାରେ ବର୍ତ୍ତମାନ ୧୪୧୭ଟି ସେତୁର ନିର୍ମାଣ ଚାଲିଛି । ନୂଆ କରି ୧୭୫୦ଟି ସେତୁ ନିର୍ମାଣ ହେବ । ଏଥିପାଇଁ ୧୧ ହଜାର ୮୦୦ କୋଟି ଟଙ୍କା ବ୍ୟୟବରାଦକୁ ଅନୁମୋଦନ ମିଳିଛି ।
ସେହିଭଳି ରାଜ୍ୟର ଦୁର୍ଗମ ତଥା ମାଓ ଉପଦ୍ରବ ଅଞ୍ଚଳରେ ଯୋଗାଯୋଗ ସୁଦୃଢ଼ ହେବ । ଏଥିପାଇଁ ଆଗାମୀ ୫ ବର୍ଷରେ ୧୩୦୦ କୋଟି ଖର୍ଚ୍ଚ କରାଯିବ । ଏଥିରେ ୧୧୫୦ କିମି ନୂତନ ସଡ଼କ ନିର୍ମାଣ ସହ ଚାଲୁ ରହିଥିବା ୯୪୯ କିମି ଦୈର୍ଘ୍ୟର ପ୍ରକଳ୍ପ ଓ ଆବଶ୍ୟକୀୟ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories