Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ

Odisha

କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ

Banajyotshna Ray
Browse all articles by Banajyotshna Ray
·1 year ago
କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ

ଅର୍ଗସ ବ୍ୟୁରୋ:  ନବରଙ୍ଗପୁରରୁ ବାଘ ଛାଲ ଜବତ। କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ। ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବାଘଛାଲ ଛତିଶଗଡ ଚାଲାଣ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶ ଓ ଏସିଏଫ୍ଓ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ତତ୍ତ୍ଵାବଧାନରେ ଏକ ସ୍ଵତନ୍ତ୍ର ହିଂସ୍ରଜନ୍ତୁ ସୁରକ୍ଷା ବାହିନୀ ଏକ କଲରାପତରିଆ ବାଘଛାଲ ଜବତ କରିଛି। ୩ଲକ୍ଷ ଟଙ୍କାରେ ଏହାକୁ ବିକ୍ରି କରାଯିବାର ଯୋଜନା ହେଉଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nabarangpur Forest Department seizes striped tiger skin | Argus News