Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଦିବାସୀ ସଂସ୍କୃତିର ନିଆରା ପରମ୍ପରା ଲାଖବିନ୍ଧା ଯାତ୍ରା

Odisha

ଆଦିବାସୀ ସଂସ୍କୃତିର ନିଆରା ପରମ୍ପରା ଲାଖବିନ୍ଧା ଯାତ୍ରା

Jitendra Dash
Browse all articles by Jitendra Dash
·2 years ago·2 min read
ଆଦିବାସୀ ସଂସ୍କୃତିର ନିଆରା ପରମ୍ପରା ଲାଖବିନ୍ଧା ଯାତ୍ରା

ଅର୍ଗସ ବ୍ୟୁରୋ : ଆଦିବାସୀ ବୋହୁଳ ନବରଙ୍ଗପୁର ଜିଲ୍ଲା । ଏଠି ବାର ମାସରେ ତେର ପର୍ବ । ଏଭଳି ଏମିତି ଏକ ପର୍ବ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା । ଯାହାର ନାମ ରହିଛି ଲାଖବିନ୍ଧା ଯାତ୍ରା । ଏହି ଯାତ୍ରା ଦଶହରା ପରେ ତଥା କାର୍ତ୍ତିକ ପୂର୍ଣ୍ଣିମାର ଏକ ସପ୍ତାହ ପରେ ଅନୁଷ୍ଠିତ ହୋଇଥାଏ । କୋଡିଙ୍ଗା ଗ୍ରାମର ପ୍ରତ୍ୟେକ ଦେବୀ ମା' ଗାଦିମାଇଙ୍କ ନିକଟରେ ଅନୁଷ୍ଠିତ ହୋଇଥାଏ । ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜା ପାଠ କରିବା ପରେ ଲାଠି, କୁର୍ଚି ସହିତ ଶତାଧିକ ଭକ୍ତ ମା' ଗାଦି ମାଇଁଙ୍କ ନିକଟରେ ରୁଣ୍ଡ ହୁଅନ୍ତି । ମା'ଙ୍କ ନିକଟରେ ପହଞ୍ଚି ମାଙ୍କ ଆଜ୍ଞା ମାଳ ପାଇବା ପରେ ସମସ୍ତେ ଗାଁ ପଡିଆ ନିକଟରେ ଯାଇ ଲାଖ ବିନ୍ଧା ଯାତ୍ରା ଅନୁଷ୍ଠିତ ହୋଇଥାଏ । 

କିମ୍ବଦନ୍ତୀ ଅନୁସାରେ ସମସ୍ତେ ଏକତ୍ରିତ ହୋଇ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଶିକାର ସମୟରେ ଗୋଟିଏ ହରିଣକୁ ଶିକାର କରିଥିଲେ । ଶିକାର ହୋଇଥିବା ହରିଣର ମୁଣ୍ଡ ଏବଂ ଗଣ୍ଡିକୁ ଭାଗ କରି ବଣ୍ଟା ଯାଇଥିଲା । ସେହି ହରିଣ ମୁଣ୍ଡକୁ ଆଧିପତ୍ୟର ପରିଚୟ ଦେଇ ହରିଣ ଶିଙ୍ଗରେ ଏକ ଧନୁ ନିର୍ମାଣ କରାଯାଇଥିଲା । ସେବେ ଠାରୁ ପ୍ରତିବର୍ଷ ଦଶହରା ବଜାର ତଥା ଲାଖ ବିନ୍ଧା ଯାତ୍ରା ଅନୁଷ୍ଠିତ ହୁଏ ବୋଲି କହିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଲ୍ଲାରେ ଅନେକ ସ୍ଥାନରେ ଏଭଳି ଜାନି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରା ଓ ତାଙ୍କ ପୂଜା ପାଠ କରିବା ଦ୍ୱାରା ଅଞ୍ଚଳରେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହ ରୋଗି ବ୍ୟାଧି ମୁକ୍ତ ହୁଏ ବୋଲି ବିଶ୍ବାସ ରହିଛି । ଏଭଳି ଯାତ୍ରାରେ ସ୍ଥାନୀୟ ପୂଜକ, ଶିରା, ଚଲାନ, ଗଣ୍ଡା, ଗ୍ରାମ ମୁଖ୍ୟ ସହ ବାର ପାଲ୍ଲୀରୁ ଆସିଥିବା ମୁଖ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥାନ୍ତି । ତା ସହ ଆଦିବାସୀ ନାଚ ଗୀତରେ ମୋନରଞ୍ଜନ ମଧ୍ୟ କରିଥାନ୍ତି । ଆଦିବାସୀଙ୍କ ପୂଜା ପାଠ ଓ ସେମାନଙ୍କ ପରମ୍ପରା ସମ୍ପୂର୍ଣ୍ଣ ନିଆରା । ପିଲା ଠୁ ବୃଦ୍ଧ ସମସ୍ତେ ଏହି ଲାଖ ବିନ୍ଧା ଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାକୁ ଅଞ୍ଚଳବାସୀ ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥାଏ ।
 

Argus Whatsapp Channel Mobile Top
Sponsored
nabarangpur lakhabindha yatra | Argus News