Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ

Odisha

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ

Ritu Das
Browse all articles by Ritu Das
·2 years ago
ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ । ଡ୍ରାଇଭରର ଅସାବଧାନତା ଯୋଗୁଁ ଗାଡିର ଚକା ଫାଟିଯିବାରୁ ବିଲ ଭିତରକୁ ମାଡିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ସାଂସଦ ରମେଶ ମାଝୀ ।

ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ଫେରୁଥିବା ବେଳେ ଉମରକୋଟ ନିକଟ ଦୁର୍ଗାଗୁଡ଼ାରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଗାଡିର ଚକା ଫାଟିଯିବା ଯୋଗୁ ଏକ ଖାତ ଭିତରକୁ ପଶିଯାଇଥିଲା । ଗାଡିରେ ସାଂସଦଙ୍କ ସମେତ ଡ୍ରାଇଭର ଓ ପିଏସ୍ଓ ରହିଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Nabarangpur MP Ramesh | Argus News