Wall Collapsed / ଖେଳୁଥିବା ବେଳେ ଭୁଶୁଡ଼ିଲା ଘର କାନ୍ଥ; ଚାପି ହୋଇଗଲେ ୩ ଝିଅ, ଜଣେ ମୃତ
·3 months ago·2 min read

Key Points
ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେଉଥିବା ବେଳେ ଘଟିଗଲା ଅଘଟଣ । ହଠାତ୍ ଭୁଶୁଡ଼ିଲା ପରିତ୍ୟକ୍ତ ଘରର କାନ୍ଥ । ଆଉ ସେ କାନ୍ଥ ତଳେ ଚାପି ହୋଇଗଲେ କୁନି କୁନି ୩ ଝିଅ ।
ଉମରକୋଟ (ନବରଙ୍ଗପୁର): ହସ ଖୁସିରେ ଖେଳୁଥିଲେ । ପରସ୍ପରର ହାତ ଧରି ଗାଁ ଦାଣ୍ଡରେ ଦୌଡ଼ୁଥିଲେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେଉଥିବା ବେଳେ ଘଟିଗଲା ଅଘଟଣ । ହଠାତ୍ ଭୁଶୁଡ଼ିଲା ପରିତ୍ୟକ୍ତ ଘରର କାନ୍ଥ । ଆଉ ସେ କାନ୍ଥ ତଳେ ଚାପି ହୋଇଗଲେ କୁନି କୁନି ୩ ଝିଅ ।
ଗୁରୁବାର ଅପରାହ୍ଣରେ ଏ ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବକଡ଼ାବେଦା ପଞ୍ଚାୟତ କମାବନ୍ଧ ଗାଁରେ । ଗାଁର ତିନି ଜଣ କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିଲେ । ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଘର ବାରାଣ୍ଡାରେ ବସି ଖେଳୁଥିବା ବେଳେ ହଠାତ୍ ୩ ଜଣଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: କେସ୍ ଡାଏରୀ ଦାଖଲ ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ; ଧରାପଡ଼ିଲେ ମହିଳା IIC
ଗ୍ରାମବାସୀ ତୁରନ୍ତ ୩ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ୪ ବର୍ଷର ଯମୁନାର ଅବସ୍ଥା ଗମ୍ଭୀର ଥିବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ବାଇକ୍ରେ ନେଇ ଆସିଥିଲେ ଉମରକୋଟ ଡାକ୍ତରଖାନା ।
ତେବେ ଡାକ୍ତର ୪ ବର୍ଷର ଯମୁନାକୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଦୁଇ କୁନି ଝିଅ ଦମୟନ୍ତୀ ଓ ଜ୍ୟୋତି ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଦମୟନ୍ତୀଙ୍କ ଗୋଡ଼ ଭାଙ୍ଗି ଯାଇଛି । ଆଖି ଆଗରେ ଯମୁନାର ମୃତ୍ୟୁକୁ ଦେଖି ଦମୟନ୍ତୀ ଓ ଜ୍ୟୋତି ଭୟଭୀତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ
ତେବେ ଆମ୍ବୁଲାନ୍ସ ଆସି ପହଞ୍ଚିବାରେ ବିଳମ୍ବ ହେବାରୁ ଯମୁନା ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏବେ ଦମୟନ୍ତୀ ଓ ଜ୍ୟୋତି ବିପଦମୁକ୍ତ ଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଅନୁସାରେ, ପରିତ୍ୟକ୍ତ ଘରଟି ବର୍ଷାରେ ଦୁର୍ବଳ ହୋଇ ଯାଇଥିଲା । ଗୁରୁବାର ଅପରାହ୍ଣରେ ପିଲାମାନେ ଖେଳୁଥିବା ବେଳେ ଦୁର୍ବଳ କାନ୍ଥଟି ହଠାତ୍ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories