ଏନ୍ଏସିର ମାନ୍ୟତା ଦାବି , ୧୨ ଘଣ୍ଟିଆ କୁଜଙ୍ଗ ବନ୍ଦ

ଜଗତସିଂହପୁର : କୁଜଙ୍ଗକୁ ଏନ୍ଏସିର ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କୁଜଙ୍ଗ ବନ୍ଦ । ରାଜ୍ୟ ସରକାର ୩୫ଟି ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ପରି ଐତିହ୍ୟ ସମ୍ପନ୍ନ ତଥା ଗ୍ରାମୀଣ ସହର ଅହମ୍ମଦାବାଦହରକୁ ବାଦ୍ ଦେବା ଘଟଣା କୁଜଙ୍ଗବାସୀଙ୍କ ମନରେ ବେଶ୍ ପ୍ରତିକ୍ରିୟା ସୃଷ୍ଟି କରିଛି । କୁଜଙ୍ଗରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ସହ ଏକାଧିକ ସରକାରୀ କାର୍ଯ୍ୟାଳୟ ରହିଛି ।
ଅଧିକ ପଢନ୍ତୁ : ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ
ଶହେ ବର୍ଷର ଐତିହ୍ୟ ସମ୍ପନ୍ନ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ, ଚିକିତ୍ସା କେନ୍ଦ୍ର,ବଡ଼ବଜାର ପୁରୁଣା ହାଟ ବହୁ ସାଂସ୍କୃତିକ ଓ ଐତିହାସିକ ଘଟଣାବଳୀର ମୂକସାକ୍ଷୀ କୁଜଙ୍ଗକୁ ଉପେକ୍ଷା କରାଯିବା ନେଇ ଦଳମତରୁ ଉର୍ଦ୍ଧ୍ବରେ ରହି କୁଜଙ୍ଗର ସାଧାରଣ ଜନତା ଏହି ପ୍ରତିବାଦରେ ସାମିଲି ହୋଇଛନ୍ତି | ପୂର୍ବରୁ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ସକାଳ 6 ଘଟିକା ଠାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି |