Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୮ରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା

Smruti Parija
Browse all articles by Smruti Parija
·1 year ago·1 min read
୧୮ରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା

ଅର୍ଗସ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । 

ଅନ୍ୟପଟେ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ କରିବେ ଆଲୋଚନା। ତାହା ସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବଙ୍କୁ ଏହି ଗସ୍ତ ସମୟରେ ଭେଟିବାର ରହିଛି କାର୍ଯ୍ୟକ୍ରମ।

ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଓ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରେ ସଡ଼କ ପଥ ପ୍ରକଳ୍ପ ଉପରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ । ରାତି 8 ଟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ରାଜ୍ୟକୁ ନୂତନ ପ୍ରକଳ୍ପ ଆସିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ କରିବେ ଆଲୋଚନା । କୋଷ୍ଟାଲ ହାଇୱେ ସଂପର୍କରେ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ କଥା ହେବେ । ରାଜ୍ୟ ବିକାଶ ନେଇ ଅନେକ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବଙ୍କୁ ଏହି ଗସ୍ତ ସମୟରେ ଭେଟିବାର ରହିଛି କାର୍ଯ୍ୟକ୍ରମ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Nadda will come on a day visit on the 18th-of-august | Argus News