Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ସଦସ୍ୟ ମାନଙ୍କ ସହ ନଡ୍ଡାଙ୍କ ଇଣ୍ଟଲେକଚୁଆଲ ମିଟ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ନୂଆ ସଦସ୍ୟ ମାନଙ୍କ ସହ ନଡ୍ଡାଙ୍କ ଇଣ୍ଟଲେକଚୁଆଲ ମିଟ୍

ବିଜେପିରେ ନେତାର ପୁଅ ହୁଏନି ନେତା, ଗ୍ରାଉଣ୍ଡ ଜିରୋରୁ ଆସିଥିବା ଲୋକ ନିଏ ନେତୃତ୍ବ

  • ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ, ଯେଉଁଠାରେ ମଣ୍ଡଳ, ଜିଲ୍ଲା, ରାଜ୍ୟରେ ନିର୍ବାଚନ ପରେ ରାଷ୍ଟ୍ରୀୟ ସ୍ତରରେ ଅଧ୍ୟକ୍ଷ ନିର୍ବାଚନ ହୁଏ
  • ଓଡ଼ିଶା ଆସି ଦଳର ମେଗା ସଦସ୍ୟତା ଅଭିଯାନରେ ସାମିଲ ହୋଇ ବାର୍ତ୍ତା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା 
  • ଶତାଧିକ ବୁଦ୍ଧିଜିବୀ ବର୍ଗଙ୍କୁ ଦଳରେ ସଦସ୍ୟତା କରାଇଲେ ନଡ୍ଡା 
  • ନୂଆ ସଦସ୍ୟ ମାନଙ୍କ ସହ ନଡ୍ଡାଙ୍କ ଇଣ୍ଟଲେକଚୁଆଲ ମିଟ୍

ଅର୍ଗସ ବ୍ୟୁରୋ :  ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ରାଜ୍ୟରେ ସରକାର ଗଠନ ପରେ ନଡ୍ଡାଙ୍କ ପ୍ରଥମ ସାଂଗଠନିକ ଗସ୍ତକୁ ନେଇ ଦଳରେ ବଢିଲା ଉତ୍ସାହ । ଭୁବନେଶ୍ଵର ବିମାନ ବନ୍ଦରରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଦଳର ଅନ୍ୟ ତୁଙ୍ଗ ନେତା । ପାରମ୍ପରିକ ଓଡ଼ିଆ ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଲେ ଦଳର କର୍ମକର୍ତ୍ତା ।

ଏଜି ଛକ ଠାରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ନଡ୍ଡା । ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନ୍ୟୁ ମାରିୟନ ହୋଟେଲରେ 500ରୁ ଅଧିକ ଛାତ୍ରଛାତ୍ରୀ, ଡାକ୍ତର, ଅବସରପ୍ରାପ୍ତ ସେନା ଅଧିକାରୀ, ବୈଜ୍ଞାନିକ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିଳ୍ପୀଙ୍କ ସମେତ ଅନେକ ବୁଦ୍ଧିଜୀବି ବର୍ଗଙ୍କୁ ଦଳରେ ସଦସ୍ୟତା ଗ୍ରହଣ କରାଇଲେ ନଡ୍ଡା ।
ଏହି ଅବସରରେ ନଡ୍ଡା କହିଛନ୍ତି,

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବିଜେପିରେ ନେତାଙ୍କ ପୁଅ ନେତା ହୁଏନି 
  • ବିଜେପିର ବଚାରଧାରା ଲାଷ୍ଟ ମ୍ୟାନ ଆଟ ଲାଷ୍ଟ ଲାଇନ 
  • ଗ୍ରାଉଣ୍ଡ ଜିରୋର କର୍ମୀ ବି ନେତା ହୋଇପାରେ 
  • ବିଜେପି ଏକମାତ୍ର ବଡ ଗଣତାନ୍ତ୍ରିକ ଏବଂ ବିଚାରଧାରାର ଦଳ 

କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଉ କହିଛନ୍ତି ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି କଂଗ୍ରେସ । ଧାରା 370 ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଶାଉଛି କଂଗ୍ରେସ । ଏ କେମିତି ବିଚାରଧାରା । ତାଙ୍କ ଶାସନ ବେଳେ ମୁଦ୍ରାସ୍ଫିତି ଦୁଇ ଅଙ୍କ ତଳକୁ ଖସୁ ନଥିଲା । ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି । ଖୁବଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ । କଂଗ୍ରେସର ଦୁଇ ଭାଇ ଭଉଣୀଙ୍କୁ ଅର୍ଥନୀତି ଜଣାନାହିଁ । କେବଳ ମହଙ୍ଗା ଏବଂ ବେରୋଜଗାରୀ କଥା କହି କହି ନିଜେ ବେରୋଜଗାର ହୋଇଗଲେଣି । Know bjp କ୍ୟାମ୍ପେନରେ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ ନଡ୍ଡା ।
ସେପଟେ ବିଜେପି ସଦସ୍ୟତା ଗ୍ରହଣ କରି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଲାଗି ଦଳରେ କାମ କରିବେ ବୋଲି କହିଛନ୍ତି ବୁଦ୍ଧିଜିବୀ । ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଅଭିଯାନରେ ସାରା ଦେଶରେ 6 କୋଟି ସଦସ୍ୟ ହୋଇଥିବା ବେଳେ ରାଜ୍ୟରେ 25 ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି । ଆଉ 2 ଟି ପର୍ଯ୍ୟାୟରେ 1 କୋଟିରୁ ଅଧିକ ସଦସ୍ୟତା ଟାର୍ଗେଟ ହାସଲ ପାଇଁ କର୍ମୀ, ନେତାଙ୍କୁ ଟାର୍ଗେଟ ଦେଇଛନ୍ତି ନଡ୍ଡା । 

Sponsored
Nadda's intellectual meet with the new members | Argus News