No Horn Zone / ଅଗଷ୍ଟ ୧ରୁ ଲାଗୁ ହେବ 'ନୋ ହର୍ଣ୍ଣ ଜୋନ୍'; ଶବ୍ଦ ପ୍ରଦୂଷଣ କଲେ ଗଣିବେ ଜରିମାନା
·1 hour ago·2 min read

Key Points
ଆସନ୍ତା ୧ ଅଗଷ୍ଟରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ 'ନୋ ହର୍ଣ୍ଣ ଜୋନ୍' ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । ଫଳରେ ଅଗଷ୍ଟ ୧ ତାରିଖରୁ ମଲ୍ ରୋଡ୍ରେ କୌଣସି ଗାଡ଼ି ଚାଳକ ଅନାବଶ୍ୟକ ଭାବେ ହର୍ଣ୍ଣ ବଜାଇଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ନୈନିତାଲର ମଲ୍ ରୋଡ୍ରେ ଏବେ ନୂଆ ଟ୍ରାଫିକ ନିୟମ ଲାଗୁ ହେବ । ଆସନ୍ତା ୧ ଅଗଷ୍ଟରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ 'ନୋ ହର୍ଣ୍ଣ ଜୋନ୍' ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଫଳରେ ଅଗଷ୍ଟ ୧ ତାରିଖରୁ ମଲ୍ ରୋଡ୍ରେ କୌଣସି ଗାଡ଼ି ଚାଳକ ଅନାବଶ୍ୟକ ଭାବେ ହର୍ଣ୍ଣ ବଜାଇଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆଉ ବାରମ୍ବାର ନିୟମ ଭାଙ୍ଗି ହର୍ଣ୍ଣ ବଜାଉଥିବା ଧରାପଡ଼ିଲେ ଅନ୍ୟ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେଇପାରେ ପ୍ରଶାସନ ।
ପ୍ରଶାସନର କହିବା ଅନୁସାରେ, ମଲ୍ ରୋଡ୍ରେ ଅଧିକ ଶବ୍ଦ ହେଉଥିବାରୁ ପର୍ଯ୍ୟଟକ, ସ୍ଥାନୀୟ ଲୋକ ଓ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୈନିତାଲ୍ ବୁଲିବାକୁ ଆସୁଥିବା ଲୋକମାନେ ଶାନ୍ତ ପରିବେଶରେ ସମୟ ବିତାଇବା ସହ ହ୍ରଦ କୂଳରେ ବୁଲି ପାରିବେ ।
ଏଥିସହ ପଢ଼ନ୍ତୁ: ଥର୍ମୋକୋଲ୍ ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଲା ଏନଏଚ୍ଏଆଇ
ପ୍ରଶାସନ କହିଛି, ସ୍ଥାନୀୟ ଲୋକ ଏହି ବ୍ୟବସ୍ଥା ବିଷୟରେ ଜାଣିଛନ୍ତି ଏବଂ ପାଳନ କରଛନ୍ତି । ଏବେ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ନିୟମ ସମ୍ପର୍କରେ ସଚେତନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସାଇନ୍ ବୋର୍ଡ, ହୋର୍ଡିଂ ଓ ସୂଚନା ଫଳକ ଲଗାଯାଇଛି । ସୋସିଆଲ ମିଡିଆ, ସ୍ଥାନୀୟ ଟିଭି, କେବୁଲ ନେଟୱର୍କ ଓ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି । ସହରକ ପ୍ରବେଶ ପଥ ଏବଂ ଟୋଲ୍ ରସିଦରେ ମଧ୍ୟ ଏହି ନିୟମ ବିଷୟରେ ସୂଚନା ଦିଆଯାଇଛି ।
ପ୍ରଶାସନର ଲକ୍ଷ୍ୟ କେବଳ ନିୟମ ଲାଗୁ ନୁହେଁ । ବରଂ ଶବ୍ଦ ପ୍ରଦୂଷଣ କମାଇବା, ପରିବେଶକୁ ସୁରକ୍ଷିତ ରଖିବା ଏବଂ ନୈନିତାଲର ଶାନ୍ତ ପରିବେଶକୁ ବଜାୟ ରଖିବା । ଏଥିପାଇଁ ପ୍ରଶାସନ ସ୍ଥାନୀୟ ନାଗରିକଙ୍କ ସହ ପର୍ଯ୍ୟଟକଙ୍କ ମଧ୍ୟ ସହଯୋଗ ଲୋଡ଼ିଛି ।
ସଚେତନତା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ନୈନିତାଲର ମଲ୍ ରୋଡ୍ରେ ସାଂକେତିକ ଚିହ୍ନ ଲଗା ଯାଇଛି । ସେହିଭଳି ପୌର ପ୍ରଶାସନ ସହରର ପ୍ରବେଶ ଦ୍ଵାର ସହ ଅନ୍ୟ ସ୍ଥାନରେ ନୋ ହର୍ଣ୍ଣ ଜୋନ୍ ନେଇ ସୂଚନା ପ୍ରଦର୍ଶିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories