NHAI fact check expressway video / ଥର୍ମୋକୋଲ୍ ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଲା ଏନଏଚ୍ଏଆଇ; ତଥ୍ୟ ଯାଞ୍ଚ କରିବାକୁ ଜନସାଧାରଣଙ୍କୁ ଜଣାଇଲା ନିବେଦନ
·1 hour ago·2 min read

Key Points
ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସୱେରେ ଥର୍ମୋକୁଲ ବ୍ୟବହାର କରାଯାଉଥିବା ନେଇ, ହେଉଥିବା ଭାଇରାଲ ଦାବିକୁ NHAI ଭ୍ରାମକ ବୋଲି କହି ଖାରଜ କରିଦେଇଛି।
Delhi Katra Expressway viral video truth: ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସୱେ ସମ୍ପର୍କିତ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁରେ ଦାବି କରାଯାଇଛି ଯେ ଏହି ଏକ୍ସପ୍ରେସୱେର ପାରାପେଟ୍ରେ (Expressway Parapets) ଦୃଢ଼ ନିର୍ମାଣ ସାମଗ୍ରୀ ବଦଳରେ ଶସ୍ତା ଥର୍ମୋକଲ୍ (Thermocol) ବ୍ୟବହାର କରାଯାଇଛି। ଏବେ ଏହି ଦାବି ଉପରେ ଜବାବ ରଖିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଭାଇରାଲ୍ ଦାବିକୁ ଭ୍ରାମକ ଏବଂ ବୈଷୟିକ ଭାବରେ ଭୁଲ ବୋଲି କହିବା ସହ NHAI କହିଛି ଯେ ଭାଇରାଲ ଭିଡ଼ିଓରେ ଦେଖାଯାଉଥିବା ସାମଗ୍ରୀକୁ ଭୁଲ ଭାବରେ ଥର୍ମୋକଲ୍ ଭାବରେ ବର୍ଣ୍ଣନା କରାଯାଉଛି।
ଘଟଣାକୁ ନେଇ କ'ଣ କହିଲା NHAI?
NHAI କହିବା ଅନୁଯାୟୀ, ଭିଡିଓରେ ଦେଖାଯାଉଥିବା ଧଳା ସାମଗ୍ରୀ ଥର୍ମୋକଲ୍ ନୁହେଁ ବରଂ ଏକ ବିଶେଷ ପ୍ରକାରର କମ୍ପ୍ରେସିବଲ୍ ଫିଲର (Compressible Filler)। ଯାହା "କ୍ରାସ୍ ବାରିଅର୍" (Crash Barrier) ଏବଂ "ଫ୍ରିକ୍ସନ ସ୍ଲାବ୍" (Friction Slab) ନିକଟରେ ରହିଥିବା "ଏକ୍ସପାନସନ୍ ଜଏଣ୍ଟ" (Expansion Joint) ବ୍ୟବହୃତ ହୁଏ।
ଜାତୀୟ ସଡ଼କ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଏହି ଅଂଶ କୌଣସି ଭାର ବହନ କରୁଥିବା ସରଞ୍ଚନାର (Load Bearing Structure) ଅଂଶ ନୁହେଁ। ଏହା ଇଣ୍ଡିଆନ୍ ରୋଡ୍ କଂଗ୍ରେସ (IRC) ଏବଂ ରୋଡ୍ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ମାନଦଣ୍ଡ ଅନୁଯାୟୀ ସ୍ଥାପିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ତାପମାତ୍ରା ପରିବର୍ତ୍ତନ ଯୋଗୁଁ ପ୍ରସାରଣ ଏବଂ ସଂକୋଚନ ପାଇଁ ଆବଶ୍ୟକ ସ୍ଥାନ ପ୍ରଦାନ କରିବା।
ଏହା ସହ ପଢନ୍ତୁ: ଉଦଘାଟନ ପରେ ଧସିଗଲା ଏକ୍ସପ୍ରେସୱେ; ପ୍ରତିକ୍ରିୟା ରଖିଲା ଏନଏଚଆଇ
ବିଶେଷଜ୍ଞ କହିଲେ ବୈଷୟିକ କାରଣ
ଏନେଇ ପ୍ରତିକ୍ରିୟା ରଖି ଜଣେ ବିଶେଷଜ୍ଞ କହିଛନ୍ତି ଯେ ଲମ୍ବା ପାରାପେଟ୍ ଏବଂ କଂକ୍ରିଟ୍ ଗଠନ ପାଇଁ "ଏକ୍ସପାନସନ୍ ଜଏଣ୍ଟ" ଆବଶ୍ୟକ। ଥଣ୍ଡା ଏବଂ ଗରମ ଯୋଗୁଁ ସିମେଣ୍ଟ ଏବଂ କଂକ୍ରିଟ୍ ଗଠନରେ ପ୍ରସାରଣ ଏବଂ ସଙ୍କୋଚନ ହୋଇଥାଏ। ଯଦି ଏହି ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଛଡ଼ା ନ ଯାଏ, ତାହେଲେ ଏହାର ଗଠନରେ ଫାଟ ସୃଷ୍ଟି ହୋଇପାରେ। ଏହି ସମସ୍ୟାକୁ ଏଡାଇବା ପାଇଁ ଉଭୟ ପୋଲ ଏବଂ ପାରାପେଟ୍ର ଦୀର୍ଘକାଳୀନ ସୁରକ୍ଷା ସୁନିଶ୍ଚିତ କରି "ଏକ୍ସପାନସନ୍ ଜଏଣ୍ଟ" ଠାରେ ବିଶେଷ ସାମଗ୍ରୀ ବ୍ୟବହାର କରାଯାଏ।
ସୁରକ୍ଷା ସହିତ କୌଣସି ବୁଝାମଣା ନାହିଁ
NHAI ଗୁରୁତ୍ୱାରୋପ କରିଛି ଯେ ଏହା ଏକ ସମ୍ପୂର୍ଣ୍ଣ ମାନକ ଇଞ୍ଜିନିୟରିଂ ପ୍ରକ୍ରିୟା ଏବଂ ନିର୍ମାଣର ଗୁଣବତ୍ତା କିମ୍ବା ଗଠନମୂଳକ ସୁରକ୍ଷାକୁ ପ୍ରଭାବିତ କରେ ନାହିଁ। କର୍ତ୍ତୃପକ୍ଷ କହିଛନ୍ତି ଯେ ସୋସିଆଲ ମିଡିଆରେ ଅପୂର୍ଣ୍ଣ ସୂଚନା ଆଧାରରେ ଭ୍ରାମକ ନିଷ୍କର୍ଷ ବାହାର କରିବା ଅନୁଚିତ।
ତଥ୍ୟ ଯାଞ୍ଚ କରିବାକୁ ଲୋକଙ୍କୁ ନିବେଦନ
NHAI ଯେକୌଣସି ଭିଡିଓ କିମ୍ବା କୌଣସି ପ୍ରକାରର ଦାବିକୁ ବିଶ୍ୱାସ କରିବା ପୂର୍ବରୁ ଏହା ସହ ଜଡ଼ିତ ତଥ୍ୟ ଯାଞ୍ଚ କରିବାକୁ ଲୋକଙ୍କୁ ଅନୁରୋଧ କରିଛି। କର୍ତ୍ତୃପକ୍ଷ କହିଛନ୍ତି ଯେ ଅସମ୍ପୂର୍ଣ୍ଣ ବୈଷୟିକ ସୂଚନା ଉପରେ ଆଧାରିତ ଭୁଲ ଧାରଣା ଲୋକଙ୍କୁ ଭ୍ରମିତ କରିପାରେ। ଏପରି ପରିସ୍ଥିତିରେ ଦାୟିତ୍ୱର ସହ ସୂଚନା ସେୟାର କରିବା ଏବଂ ସରକାରୀ ତଥ୍ୟ ବୁଝିବା ଅତ୍ୟନ୍ତ ଜରୁରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
NHAI fact check expressway videoDelhi Katra Expressway viral video truthDelhi Amritsar Katra Expressway thermocol controversyNHAI clarification thermocol viral videoThermocol in expressway construction claimExpanded polystyrene expansion joint NHAICompressible filler highway expansion jointDelhi Amritsar Katra Expressway news