Videos
|
Odisha

Nalkheda Tragedy / ନିର୍ବନ୍ଧ ପୂର୍ବରୁ ଆଖି ବୁଜିଲେ; ଶୋକରେ ବୁଡ଼ିଲା ୨ ରାଜ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ନିର୍ବନ୍ଧ ପୂର୍ବରୁ ଆଖି ବୁଜିଲେ; ଶୋକରେ ବୁଡ଼ିଲା ୨ ରାଜ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ
Bride-to-Be Dies Before Engagement, 8 Killed in Car Accident

Key Points

ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନଲଖେଡ଼ା ନିକଟରେ କାର୍ ନାଳରେ ଭାସି ଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ଵର ଜୟଦେବ ବିହାରର ୭ ଜଣ ଅଛନ୍ତି ।
ଭୁବନେଶ୍ଵର: ଗୋଟିଏ ଦୁର୍ଘଟଣା ନେଇଗଲା ୮ ଜୀବନ । ୩ଟି ପରିବାରରେ ଶୋକର ଛାୟା । ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନଲଖେଡ଼ା ନିକଟରେ କାର୍ ନାଳରେ ଭାସି ଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ଵର ଜୟଦେବ ବିହାରର ୭ ଜଣ ଅଛନ୍ତି ।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ଦୁଃଖଦ ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି ।


ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି. "ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଅଭାବନୀୟ ଘଟଣାରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।"

ଏଥିସହ ପଢ଼ନ୍ତୁ: ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା; ମଧ୍ୟପ୍ରଦେଶର ନାଳରେ ଭାସିଗଲା ଓଡ଼ିଆଙ୍କୁ ନେଇ ଯାଉଥିବା କାର୍ 

ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ କଥା ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପୀଡ଼ିତ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋହନ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି ।

ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା

ନଲଖେଡ଼ା ଦୁର୍ଘଟଣାକୁ ଅତି ଦୁଃଖଦ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ ମୋହନ ଯାଦବ ଗମ୍ଭୀର ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଯଥାସମ୍ଭବ ସହାୟତା ପାଇଁ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।


ସରକାର ଆଣିବେ ମୃତଦେହ

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣହାନି ନେଇ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।


​ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ସରକାର ତଥା ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଧାର ଓ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ନିର୍ବନ୍ଧ ପୂର୍ବରୁ ଆଖି ବୁଜିଲେ

ଜୟଦେବ ବିହାରରେ ରହୁଥିବା ବନମାଳି ବେହେରାଙ୍କ ପରିବାର ବୁଲିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ବନମାଳିଙ୍କ ଗୋଟିଏ ପୁଅ, ଦୁଇ ଝିଅ, ଜ୍ଵାଇଁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧା ରାଣୀ ବେହେରା, ରୀତା ରାଣୀ ବେହେରା, ଜ୍ଵାଇଁ ଜ୍ଞାନେନ୍ଦ୍ର ବେହେରା । ଆସନ୍ତା ୨୭ ତାରିଖରେ ରୀତା ରାଣୀଙ୍କ ନିର୍ବନ୍ଧ ହୋଇଥାନ୍ତା । ହେଲେ ନୂଆ ସଂସାର ଗଢ଼ିବା ଆଗରୁ ତାଙ୍କ ଜୀବନ ଚାଲି ଯାଇଛି । କାର୍ ଡ୍ରାଇଭର ଜଣଙ୍କ ଆଗର ମାଲୱା ଜିଲ୍ଲାର ବୋଲି ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: