Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ନମିତା 

Odisha

ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ନମିତା 

Arpita Mohanty
Browse all articles by Arpita Mohanty
·1 year ago·2 min read
ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ନମିତା 

ଅର୍ଗସ ବ୍ୟୁରୋ: ଜୀବନରେ ଦରିଦ୍ରତାଠୁ ବଡ଼ ପରୀକ୍ଷା ଆଉ କିଛି ନାହିଁ। ଦରିଦ୍ର ହୋଇ ଜନ୍ମ ହେବା ସହଜ କିନ୍ତୁ ବଂଚିବା ବହୁତ କଷ୍ଟ। ଯେତେବେଳେ ଆଖି ଆଗରେ ନିଜ ପରିବାରକୁ ଯନ୍ତ୍ରଣାରେ ଦେଖୁଥିବ କିନ୍ତୁ କିଛି କରିପାରୁନଥିବ। ଆଉ ସେଥିରେ ବୋଝ ଉପରେ ନଳିତା ବିଡ଼ା ପଡ଼ିଲା ପରି ଯିଏ ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ସିଏ ହିଁ ଅଚଳ ହୋଇ ବିଛଣାରେ ପଡ଼ିଛି।

ଆମେ କହୁଛୁ ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଛାଟିଆ ଗ୍ରାମରେ ରହୁଥିବା ନାରାୟଣ ପ୍ରଧାନ ଏବଂ ତାଙ୍କ ପରିବାର ବିଷୟରେ। ପରିବାର କହିଲେ ତିନୋଟି ଛୋଟ ଛୋଟ ଝିଅ ଆଉ ପତ୍ନୀ ନମିତା ପ୍ରଧାନ।। ନାରାୟଣ ମୁଲ ମଜୁରି କରି କଷ୍ଟେ ମଷ୍ଟେ ଘର ଚଳାଉଥିଲେ। ଦୁଖେସୁଖେ ଚାଲିଥିଲା ତାଙ୍କ ସଂସାର। କିନ୍ତୁ ଗତବର୍ଷ ଛାତରୁ ପଡ଼ି ଅଣ୍ଟା ଭାଙ୍ଗି ଯିବାପରେ ଏବେ ସେ ଅକାମ୍ୟ। କାମଧନ୍ଦା କିଛି କରିପାରୁନାହାଁନ୍ତି।  ତାପର ଠାରୁ ସ୍ୱାମୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ପରିବାର ଚଳାଇବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦାୟୀତ୍ବ ନେଉଥିଲେ ନମିତା। କିନ୍ତୁ ଦଇବର ବିଡ଼ମ୍ବନା ଜଙ୍ଗଲରେ ଗଛ ଲଗାଇବା ପାଇଁ ଡାଳି ସଫା କରୁଥିବା ବେଳେ ଡାଳି ବାଜି ତାଙ୍କ ଆଖିରେ ଆଘାତ ଲାଗି ଏବେ ତାଙ୍କର ଚିକିତ୍ସା ପାଇଁ ବି ଅର୍ଥ ଦରକାର। 

ନମୀତାଙ୍କ କହିବା ଅନୁଯାୟୀ ଜଙ୍ଗଲ ବିଭାଗର ବନୀକରଣ ପାଇଁ ଜଙ୍ଗଲ ବୁଦା ସଫା କରିବା ପାଇଁ ଯାଇଥିଲେ ଆଉ ସଫା କରିବା ସମୟରେ ତାଙ୍କ ଆଖିରେ ଡ଼ାଳ ବାଜିଥିଲା କିନ୍ତୁ ବିଭାଗୀୟ କର୍ମଚାରୀ ଏପର୍ଯ୍ୟନ୍ତ ଚିକିତ୍ସା ତ ଦୂରର କଥା ପଚାରୁ ବି ନାହାଁନ୍ତି। ଗାଁ ଲୋକଙ୍କ ସହାୟତାରେ ଆଖି ଚିକିତ୍ସା ଆରମ୍ଭ ହୋଇଛି କିନ୍ତୁ ଅର୍ଥାଭାବରୁ ଅଧିକ ଚିକିତ୍ସା କରିହେଉନାହିଁ । ଆଉ ଏବେ ପରିବାରର ସବୁ ବୋଝ ମୁଣ୍ଡାଇଛନ୍ତି ନମିତାଙ୍କ ଦିନ ମଜୁରିଆ ଭାଇ ପ୍ରତାପ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ନମିତାଙ୍କ ପରିବାର ସରକାର ସାହାଯ୍ୟ ଅପେକ୍ଷାରେ। ସହାୟତା ମିଳିଲେ ଅଧିକ ଚିକିତ୍ସା କରିହେବ ଏବଂ ଛୁଆ ତିନୋଟିଙ୍କୁ ଦେଖିହେବ। ବାକି କେବେ ନମିତାଙ୍କ ଉପରେ ଜଙ୍ଗଲ ବିଭାଗ ଆଉ ପ୍ରଶାସନର ଦୃଷ୍ଟି ପଡ଼ୁଛି ଆଉ ସହାୟତା ମିଳୁଛି ତାହା ଦେଖିବାକୁ ବାକିରହିଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Sponsored
Namitha is waiting for help from the government | Argus News