Orangutan / ନୂଆ ପରିବେଶ ସହ ଖାପ ଖୁଆଉଛନ୍ତି ଓରାଙ୍ଗଉଟାନ; ଖୋଲିଲା ବଡ଼ ରହସ୍ୟ...
·1 hour ago·3 min read

Key Points
କେଉଁଠୁ ଆସିଲେ ଏହି ପାଞ୍ଚ ଶାବକ ? କେଉଁଠି କଟିଛି ସେମାନଙ୍କ ଶୈଶବ ? ଆଉ ସବୁଠୁ ବଡ଼ ପ୍ରଶ୍ନ- ମଣିଷକୁ ଦେଖି ଏତେ ସହଜ ହେଲେ କେମିତି ?
ଭୁବନେଶ୍ଵର: ପାଞ୍ଚ ଓରାଙ୍ଗଉଟାନ ଶାବକ । ପାଞ୍ଚଟି ନିଷ୍ପାପ ମୁହଁ । କିନ୍ତୁ ଏମାନଙ୍କ ପଛରେ ରହିଛି କି ଏକ ବଡ଼ ରହସ୍ୟ ? କେଉଁଠୁ ଆସିଲେ ଏହି ପାଞ୍ଚ ଶାବକ ? କେଉଁଠି କଟିଛି ସେମାନଙ୍କ ଶୈଶବ ? ଆଉ ସବୁଠୁ ବଡ଼ ପ୍ରଶ୍ନ- ମଣିଷକୁ ଦେଖି ଏତେ ସହଜ ହେଲେ କେମିତି ? ନନ୍ଦନକାନନରେ ପହଞ୍ଚିବା ପରେ ଏହି ପାଞ୍ଚ ଶାବକଙ୍କ ଆଚରଣ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।
ପାଞ୍ଚ ଓରାଙ୍ଗଉଟାନ ଶାବକ… ପାଞ୍ଚଟି ଭିନ୍ନ ଜନ୍ମର କାହାଣୀ… ଆଉ ଏକାଠି ହୋଇଥିବା ପାଞ୍ଚଟି ରହସ୍ୟ ! ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ ଚର୍ଚ୍ଚା ଜୋରଦାର ।
ଏଥିସହ ପଢ଼ନ୍ତୁ: ଦୀଘାର ଏକ ହୋଟେଲ; ଓରାଙ୍ଗଉଟାନ ରହସ୍ୟ ବଢାଇଲା ସସପେନ୍ସ
ପ୍ରଶ୍ନ- ଏମାନେ କଣ ଗୋଟିଏ ମାଆର ଶାବକ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର- ନା, ତାହା ସମ୍ଭବ ନୁହେଁ । ବନ୍ୟପ୍ରାଣୀ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଆଦିତ୍ୟ ଆଚାର୍ଯ୍ୟଙ୍କ ମତରେ, "ଗୋଟିଏ ଓରାଙ୍ଗଉଟାନ ପ୍ରାୟ ୧୫ ବର୍ଷ ବୟସ ପରେ ଶାବକ ଜନ୍ମ ଦେଇଥାଏ । ଆଉ ଗୋଟିଏ ଶାବକ ପରେ ଆଉ ଏକ ଶାବକ ଜନ୍ମ ହେବା ମଧ୍ୟରେ ରହିଥାଏ ପ୍ରାୟ ୭ରୁ ୮ ବର୍ଷର ବ୍ୟବଧାନ ।"
ଅର୍ଥାତ୍- ଛଅରୁ ଦଶ ମାସ ବୟସର ଏହି ପାଞ୍ଚ ଶାବକ ଗୋଟିଏ ମାଆର ନୁହଁନ୍ତି । କିନ୍ତୁ ଏଠାରୁ ଆରମ୍ଭ ହେଉଛି ଅସଲ ରହସ୍ୟ । ପାଞ୍ଚ ଭିନ୍ନ ମାଆର ଶାବକ…ତେବେ ଏକାଠି ହେଲେ କେମିତି ? ଆଉ ଏମାନଙ୍କ ଆଚରଣ ଏହି ରହସ୍ୟକୁ ଆହୁରି ଗଭୀର କରିଦେଇଛି ।
ମଣିଷକୁ ଡରୁ ନାହାନ୍ତି
ଗତ ୮ ତାରିଖରୁ ନନ୍ଦନକାନନରେ ରହୁଥିବା ଏହି ଶାବକମାନେ ମଣିଷକୁ ଦେଖି ଭୟ କରୁନାହାନ୍ତି । ବରଂ କିପରଙ୍କୁ ଦେଖିଲେ ସେମାନଙ୍କ କୋଳକୁ ଡେଇଁ ପଡୁଛନ୍ତି । ନିଜ ହାତରେ ବୋତଲ ଧରି କ୍ଷୀର ପିଉଛନ୍ତି । ଏହି ଆଚରଣ ଦେଖି ବଡ଼ ସନ୍ଦେହ ସୃଷ୍ଟି ହେଉଛି । ଏମାନେ କଣ ପୂର୍ବରୁ ମଣିଷଙ୍କ ସଂସ୍ପର୍ଶରେ ଥିଲେ ? ଯଦି ଥିଲେ, ତେବେ କେଉଁଠି ? କାହା ପାଖରେ ? ଆଉ କିଏ କରୁଥିଲା ସେମାନଙ୍କ ଯତ୍ନ ? ଏହି ପ୍ରଶ୍ନର ଉତ୍ତର ଏବେ ମଧ୍ୟ ସ୍ପଷ୍ଟ ନୁହେଁ ।
ସ୍ଵାସ୍ଥ୍ୟାବସ୍ଥାରେ ଆସୁଛି ଉନ୍ନତି
ରହସ୍ୟ ଗୋଟିଏ ପଟେ… ଆଉ ଅନ୍ୟପଟେ ଚାଲିଛି ପାଞ୍ଚ ଶାବକଙ୍କୁ ସୁସ୍ଥ କରିବାର ଲଢ଼େଇ । ନନ୍ଦନକାନନରେ ପହଞ୍ଚିବାର ଚାରି ଦିନ ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟରେ ଆସିଛି ଉନ୍ନତି । ନନ୍ଦନକାନନର ଡାକ୍ତରଙ୍କ ସହ ଓୟୁଏଟିର ବନ୍ୟପ୍ରାଣୀ ଚିକିତ୍ସା ବିଭାଗର ତିନିଜଣିଆ ଡାକ୍ତରୀ ଟିମ୍ ରଖିଛନ୍ତି କଡ଼ା ନଜର ।

ଦୁଇ ଘଣ୍ଟାରେ ଦିଆଯାଉଛି ଖାଇବା
ପ୍ରତି ଦୁଇ ଘଣ୍ଟାରେ କ୍ଷୀର, ସିଝା ଫଳ, ସିଝା ଆଳୁ ଆଉ ବେବି ଫୁଡ୍ ଖାଇବାକୁ ଦିଆଯାଉଛି । ଶରୀରରେ କୃମି ଥିବା ଜଣାପଡ଼ିଥିଲେ ବି ଏହାକୁ ବିଶେଷ ଗୁରୁତର ବୋଲି ମନେ କରୁନାହାନ୍ତି ଚିକିତ୍ସକ । ଏମାନେ ଆଗାମୀ ୭ରୁ ୧୦ଦିନ ଅବଜରଭେସନରେ ରହିବେ ।
ଏଥିସହ ପଢ଼ନ୍ତୁ: ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ
ତାପରେ ସଂଗ୍ରହ ହେବ ରକ୍ତ ନମୁନା । କରାଯିବ ସିବିସି ପରୀକ୍ଷା । ଛଅରୁ ଦଶ ମାସ ବୟସର ଏହି ଶାବକମାନେ ଓଡ଼ିଶାର ପରିବେଶ ସହ ଖାପଖୁଆଇ ପାରିବେ ବୋଲି ଆଶା ରହିଛି । କିନ୍ତୁ ଯଦି ନନ୍ଦନକାନନକୁ ସେମାନଙ୍କ ସ୍ଥାୟୀ ଠିକଣା କରାଯାଏ ତେବେ, ତେବେ ଆଗାମୀ ଦୁଇ ବର୍ଷ ଏମାନଙ୍କର ସ୍ବତନ୍ତ୍ର ଯତ୍ନ ଦରକାର ।
ସ୍ୱାସ୍ଥ୍ୟ ସୁଧୁରୁଛି, ନୂଆ ପରିବେଶ ସହ ଖାପ ଖୁଆଉଛନ୍ତି । କିନ୍ତୁ ପାଞ୍ଚ ଶାବକଙ୍କ ଅତୀତକୁ ନେଇ ପ୍ରଶ୍ନ ଏବେ ବି ରହିଛି । ପାଞ୍ଚ ଭିନ୍ନ ମାଆଙ୍କ ଶାବକ ଏକାଠି ହେଲେ କେମିତି ? କେଉଁଠି ହୋଇଥିଲା ଏମାନଙ୍କର ଜନ୍ମ ? ଆଉ ମଣିଷ ସହ ଏତେ ସହଜ ସମ୍ପର୍କ କେମିତି ଗଢ଼ି ଉଠିଲା ?

Related Topics
Explore more stories