Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

Odisha

‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

Ritu Das
Browse all articles by Ritu Das
·1 year ago·1 min read
‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବଂ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି। ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। 
ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡିବ। ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ଅନ୍ୟ ପାଶ୍ବବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ବର), କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nandankanan | Argus News