Orangutan in Nndankanan / ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିଖବର,ନନ୍ଦନକାନନରେ ଖୁବଶୀଘ୍ର ଓରାଙ୍ଗଓଟାନଙ୍କୁ ଦେଖିବେ
·2 hours ago·2 min read

Key Points
ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିଖବର
ନନ୍ଦନକାନନରେ ଖୁବଶୀଘ୍ର ଓରାଙ୍ଗଓଟାନଙ୍କୁ ଦେଖିବେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି

ଭୁବନେଶ୍ବର,୦୧/୧୦: ପର୍ଯ୍ୟଟକମାନଙ୍କ ପାଇଁ ଖୁସିଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ୍ଶୀଘ୍ର ପର୍ଯ୍ୟଟକମାନେ ଓରାଙ୍ଗଉଟାନଙ୍କୁ ଦେଖିବାର ସୁଯୋଗ ପାଇବେ । ବୁଧବାର ନନ୍ଦନକାନନ ପରିଦର୍ଶନରେ ଆସିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହିତ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ପିସିସିଏଫ୍ ପ୍ରେମ କୁମାର ଝା ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିଦର୍ଶନ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଓ ସେବାଯତ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ସେମାନଙ୍କ ହାବଭାବ ଓ ଖାଦ୍ୟପେୟ କ’ଣ ରହିଛି ପଚାରି ବୁଝିଥିଲେ । ବହୁତ ଶୀଘ୍ର ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ ବୋଲି ଶ୍ରୀମତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗତ ୮ ତାରିଖରେ ବାଲେଶ୍ୱରରୁ ଉଦ୍ଧାର ହୋଇ ୫ଟି ଓରାଙ୍ଗଉଟାନ ଶାବକ ଆସିଥିଲେ । ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ନିକଟ ଶିଶୁ ଯତ୍ନ ଗୃହ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ପାଉଡ଼ର କ୍ଷୀର ପ୍ରତି ଦୁଇଘଣ୍ଟା ଅନ୍ତରରେ ଖାଇବାକୁ ଦିଆଯାଉଥିଲା । ଡାକ୍ତରମାନେ ୨୪ ଘଣ୍ଟିଆ ନଜରରେ ରଖିଥିଲେ । ଏହି ଶାବକମାନଙ୍କଠାରେ ରକ୍ତହୀନତା ଦେଖାଦେଇଥିଲା । ତେଣୁ ସେମାନଙ୍କର ଭଲ ଚିକିତ୍ସା ପାଇଁ ପିସିସିଏଫଙ୍କ ଦ୍ୱାରା ଏକ ବୈଷୟିକ କମିଟି ଗଢ଼ାଯାଇଥିଲା । କମିଟିରେ ଥିବା ବିଶେଷଜ୍ଞ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ । ସେମାନଙ୍କ ପାଇଁ କଣ୍ଢେଇ, ଦୋଳିର ବ୍ୟବସ୍ଥା କରାଯଇଥିଲା । ଧୀରେ ଧୀରେ ସେମାନେ ସୁସ୍ଥ ହେବାକୁ ଲାଗିଲେ।
ପଢନ୍ତୁ ଏହି ଖବର: ଓରାଙ୍ଗଉଟାନଙ୍କ ହେବ DNA ଟେଷ୍ଟ, ରିପୋର୍ଟ ଆସିବା ପରେ ଜଣାପଡ଼ିବ କେଉଁ ଦେଶରୁ ଆସିଛନ୍ତି?
ଏବେ ସେମାନଙ୍କ ଖାଦ୍ୟ ପରିମାଣ ବୃଦ୍ଧି କରିବା ସହିତ ଗାଜର, ବିନ୍ସ ଆଦି ସିଝାଇ ଖାଇବାକୁ ଦିଆଯାଉଛି । ପ୍ରତିଦିନ ସକାଳେ ସୂର୍ଯ୍ୟ କିରଣରେ ବୁଲାଯାଉଛି । ବହୁଶୀଘ୍ର କମିଟିର ନିର୍ଦ୍ଦେଶରେ ସେମାନଙ୍କ ଡିଏନଏ ଜାଣିବା ପାଇଁ ରକ୍ତ ସଂଗ୍ରହ କରାଯିବ । ୩୦ ଦିନର ସଙ୍ଗରୋଧ ସମୟ ପୂରଣ ହେବା ପରେ ସେମାନଙ୍କୁ ପର୍ଯ୍ୟଟକ ଦେଖିବା ନିମନ୍ତେ ଝଡ଼ାଯିବାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି । ଏହି ଅବସରରେ ଉପମୁଖ୍ୟମନ୍ତୀ ପ୍ରାଣୀ ଉଦ୍ୟାନର ପାଣି ଓଧ ଖୁଆଡ଼ ବୁଲିଥିଲେ । ଓଧଙ୍କ ଜଳକ୍ରୀଡା ଓ ମାଛ ଖାଇବା ଦୃଶ୍ୟ ଦେଖି ଖୁସି ହୋଇଥିଲେ । ବହୁଶୀଘ୍ର ପର୍ଯ୍ୟଟକ କଙ୍ଗାରୁ, ୱାଲାବି, ଜେବ୍ରା ଭଳି ନୂଆ ଜନ୍ତୁ ଦେଖିପାରିବେ ବୋଲି ସେ କହିଛନ୍ତି । ଏହି ଗସ୍ତ ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ, ବରିଷ୍ଠ ପ୍ରାଣୀ ଚିକିତ୍ସକ ଶରତ ସାହୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories