ଗୁରୁଦିବସରେ କଳାହାଣ୍ଡି ଓ ରାୟଗଡାର ଦୁଇ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଅର୍ଗସ ବ୍ୟୁରୋ: ଓଡ଼ିଶାର ଦୁଇ ଜଣ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । କଳାହାଣ୍ଡି ଜିଲ୍ଲା ନର୍ଲା ଜୟଦୁର୍ଗା ହାଇସ୍କୁଲର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲା ବିଲେସୁ ହାଇସ୍କୁଲର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର 5 ତାରିଖ ଗୁରୁଦିବସରେ ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିବ । ଦୁଇ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଗୁରୁ ଦିବସ ଅବସରରେ "ଜାତୀୟ ଶିକ୍ଷକ ପୁରସ୍କାର" ଲାଗି ମନୋନୀତ ହୋଇଥିବା କଳାହାଣ୍ଡି ଜିଲ୍ଲା ନର୍ଲା ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଏବଂ ରାୟଗଡ଼ା ଜିଲ୍ଲା ବିଲେସୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
— Mohan Charan Majhi (@MohanMOdisha) August 27, 2024
ଏହା ଆମ ରାଜ୍ୟ ପାଇଁ ଏକ ଗର୍ବ ଏବଂ ଗୌରବର…
ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଶିକ୍ଷା କ୍ଷେତ୍ରରେ ଉଭୟଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନିଶ୍ଚୟ ପ୍ରେରଣା ଯୋଗାଇବ। କଳାହାଣ୍ଡି ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି ସନ୍ତୋଷ କୁମାର କର। ଶିକ୍ଷକତା କ୍ଷେତ୍ରରେ ଅନେକ ପୁରସ୍କାର ପାଇଥିବା ସନ୍ତୋଷ ସାର୍ ୨୦୨୩ରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ପାଇଥିଲେ। ଆସନ୍ତା ଗୁରୁଦିବସରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଦ୍ବାରା ସେ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...