ଭାରତୀୟ ଡାକ ବିଭାଗ ପକ୍ଷରୁ ପାଳନ ହୋଇଯାଇଛି ରାଷ୍ଟ୍ରୀୟ ଡାକ ସପ୍ତାହ

ଅର୍ଗସ ବ୍ୟୁରୋ: ଭାରତୀୟ ଡାକ ବିଭାଗ ପକ୍ଷରୁ ପାଳନ ହୋଇଯାଇଛି ରାଷ୍ଟ୍ରୀୟ ଡାକ ସପ୍ତାହ । ଯାହା ଆଜି ଅର୍ଥାତ ଅକ୍ଟୋବର ୯ ଠାରୁ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅକ୍ଟୋବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳନ ହେବ ରାଷ୍ଟ୍ରୀୟ ଡାକ ସପ୍ତାହ। ଏହି ବର୍ଷର ଡାକ ଦିବସର ବିଷୟ ହେଉଛି ଦେଶ ଦେଶ ମଧ୍ୟରେ ଯୋଗାଯୋଗ ସମ୍ଭବ କରିବା ଓ ଜନ ସଶକ୍ତିକରଣ କରିବାର ୧୫୦ ବର୍ଷ। ଲୋକମାନଙ୍କ ଦୈନନ୍ଦିନ ଜୀବନ ଓ ବ୍ୟବସାୟରେ ଡାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମାଜିକ ଓ ଆର୍ଥିକ ପ୍ରଗତିରେ ଏହାର ଅବଦାନ ବିଷୟରେ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ହିଁ ଏହି ଡାକ ନାମ ଦିବସର ମୂଳ ଉଦେଶ୍ୟ ବୋଲି କୁହାଯାଇଛି।
ଚଳିତ ବର୍ଷ ରାଷ୍ଟ୍ରୀୟ ଡାକ ସପ୍ତାହ, ବିତ୍ତୀୟ ସଶକ୍ତିକରଣ ସହିତ କନ୍ୟା ସନ୍ତାନ ସଶକ୍ତିକରଣ, ପାର୍ଶଲ ସେବା, ସହ ଆଧାର ସେବା ପରି ବିଷୟ ଉପରେ କେନ୍ଦ୍ରୀଭୂତ। ସେହିପରି ଏହି କାର୍ଯ୍ୟକ୍ରମରେ ଆଦିବାସୀ, ଦୁର୍ଗମ, ପାହାଡିଆ, ସ୍ୱଳ୍ପ ସେବା ପ୍ରାପ୍ତ ଏବଂ ଅଣ ବ୍ୟାକିଙ୍ଗ ଅଞ୍ଚଳ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି।
ଗତ ୭ ତାରିଖ ମେଲ / ଡାକ ଏବଂ ପାର୍ଶଲ ଦିବସ, ୮ତାରିଖକୁ ଡାକ ଟିକେଟ, ୯ ତାରିଖ କୁ ବିଶ୍ୱ ଡାକ ଦିବସ, ୧୦ରେ ଅନ୍ତଦ୍ୱୟ ଦିବସ ଏବଂ ୧୧ ତାରିଖରେ ବିତ୍ତୀୟ ସଶକ୍ତିକରଣ ଦିବସ ରୂପେ ପାଳନ କରାଯାଉଛି। ଏବେ ଓଡିଶା ସର୍କଲରେ ୮୯୧୨ଟି ଡାକ ଘର କାର୍ଯ୍ୟ କରୁଥିବା ବେଳେ ତା ଭିତରେ ୩୫ଟି ମୁଖ୍ୟ ଡାକଘର, ୧୧୫୦ଟି ଉପ ଡାକଘର, ଏବଂ ୭୬୯୨ଟି ଶାଖା ଡାକ ଘର ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର