ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ । ଏଥିରେ ବିଜେପିର ମାର୍ଗଦର୍ଶନ କରିବେ ଜେ ପି ନଡ୍ଡା। ରାଜ୍ୟର ବିଭିନ୍ନ ସ୍ଥାନରୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହିବେ । ତେବେ ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, " ବିଜେପି ସରକାର ଆସିଛି। ମୋଦିଜୀଙ୍କ ନେତୃତ୍ୱରେ ଆମେ ସରକାରରେ ଆସିଛୁ। ଆଗାମୀ ଦିନରେ ଆମେ କିଭଳି କାର୍ଯ୍ୟ କରିବୁ ସେ ଉପରେ ଆଲୋଚନା ହେବ, ଆମେ ଲୋକତନ୍ତ୍ରରେ ବିଶ୍ୱାସ କରୁଛୁ। ସମସ୍ତଙ୍କ ମନ୍ତବ୍ୟକୁ ଆମେ ସମ୍ମାନ ଦେଉଛୁ। ଜଗନ୍ନାଥଧାମରେ ଏ କାର୍ଯ୍ୟକାରିଣୀ ବୈଠକ ହେଉଛି। "
ଅଧିକ ପଢନ୍ତୁ : ଆଜି ରାଜ୍ୟ ବିଜେପିର 2ଦିନିଆ କାର୍ଯ୍ୟକାରିଣୀ ବୈଠକ
ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆଜି ବସିଥିଲା ବିଜେପି ପଦାଧିକାରୀ ବୈଠକ । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ରହିଥିଲେ ।କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବ ଗୁଡ଼ିକୁ ଉପରେ ପଦାଧିକାରୀ ବୈଠକରେ ମୋହର ବାଜିଥିବା ନେଇ ସୂଚନା ରହିଛି । ତେବେ ଏହାପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିବେ ଜେ.ପି. ନଡ୍ଡା ।