ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ

ନୟାଗଡ଼: ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ସାହୁ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରହହ୍ଲାଦ ଶାନ୍ତ ଅତିଥିଭାବେ ଯୋଗଦାନ ଦେଇଥିଲେ ।
ଏହି ଅବସରରେ ଭାରତର ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ଜୀବନୀ ବିଜ୍ଞାନ ସାଧନା , ଉଦ୍ଭାବନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇଥିଲେ। ବିଜ୍ଞାନର ବିଭିନ୍ନ ବିଭାଗ , ଋଗ୍ ବେଦରେ ବର୍ଣ୍ଣିତ ବେଦର ବାର୍ତ୍ତା, ବିଜ୍ଞାନର ଦୈନଦିନ ଜୀବନରେ ପ୍ରୟୋଗିକ ସ୍ୱରୂପ ବିଷୟରେ ବିଶଦ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ବିଜ୍ଞାନ ପ୍ରଶ୍ନମଞ୍ଚ, ବୈଜ୍ଞାନିକ ମାନଙ୍କ ଫୋଟୋଚିତ୍ର ପ୍ରଦର୍ଶିନୀ, ବିଜ୍ଞାନ ପ୍ରୟୋଗ , ବିଜ୍ଞାନ ପ୍ରକଲ୍ପ ପ୍ରଦର୍ଶିନୀ ରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ପ୍ରାୟ 70 ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। 500 ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ l
ଅଧିକ ପଢନ୍ତୁ ଓଡ଼ିଶା ଖବର