Greater Bhubaneswar / ନ୍ୟାସନାଲ ଅର୍ବାନ କନକ୍ଲେଭରୁ ସ୍ମାର୍ଟ ଓଡ଼ିଶାର ନୂଆ ରୋଡ଼ମ୍ୟାପ୍
·1 hour ago·2 min read

Key Points
ଗ୍ରେଟର ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍
ନୂଆ ସହର, ନୂଆ ଯୋଜନା
ସ୍ମାର୍ଟ ସିଟିରୁ ଆରମ୍ଭ କରି ରିଜିଅନାଲ୍ କନେକ୍ଟିଭିଟି
୧୭%ରୁ ୪୦% ଛୁଇଁବ ଓଡ଼ିଶାର ସହରୀକରଣ

ଭୁବନେଶ୍ଵର: ସହର ବଢୁଛି...ବଢୁଛି ଲୋକସଂଖ୍ୟା, ଆଉ ସେହି ଅନୁପାତରେ ବୃଦ୍ଧି ପାଉଛି ନୂଆ ଆଶା ଓ ସୁଯୋଗ । ବିକାଶ ପଥରେ ଆଗେଇ ଚାଲିଥିବା ରାଜଧାନୀ ଭୁବନେଶ୍ୱର ଏବେ ଅର୍ବାନ୍ ଡେଭଲପମେଣ୍ଟର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି । National Urban Conclave 2026 ମଞ୍ଚରୁ ‘ଗ୍ରେଟର ଭୁବନେଶ୍ୱର’କୁ ନେଇ ସାମ୍ନାକୁ ଆସିଛି ଆପ୍ରାନ୍ତ ବଡ଼ ଭିଜନ୍ ।
ଭିତ୍ତିଭୂମି, ସ୍ମାର୍ଟ ମୋବିଲିଟି, ପାଣି ଓ ରୋଜଗାର- ସବୁକୁ ଏକାଠି କରି ସ୍ମାର୍ଟ ସିଟିରୁ ରିଜିଅନାଲ୍ କନେକ୍ଟିଭିଟି ଆଡ଼କୁ ପାଦ ବଢ଼ାଉଛନ୍ତି ସରକାର । ଏହି କନ୍କ୍ଲେଭ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସହରୀକରଣକୁ ୪୦%କୁ ନେବାକୁ ରୋଡମ୍ୟାପ୍ ରଖିଛନ୍ତି ।
ଆଜିର ସହର, କାଲିର ଅର୍ଥନୀତି । National Urban Conclave 2026 ମଞ୍ଚରେ ଜୋରଦାର ଚାଲିଛି ସହରୀକରଣର ମାନସମନ୍ଥନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗୁରୁତ୍ୱ ପାଇଛି ସ୍ଥାୟୀ ଏବଂ ଲୋକକେନ୍ଦ୍ରିକ ସହର ବିକାଶ । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଧୁନିକ ସହରର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବର୍ତ୍ତମାନ ରାଜ୍ୟର ସହରୀକରଣ ହାର ପ୍ରାୟ ୧୭ ପ୍ରତିଶତ ରହିଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ କେବଳ ଗୋଟିଏ ସହର ନୁହେଁ, ବରଂ ସହର ସହ ଯୋଡ଼ି ହେବ ଆଖପାଖ ଅଞ୍ଚଳ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଏକ ବୃହତ୍ ‘ଇକୋନୋମିକ୍ ରିଜିଅନ୍’ ଗଠନ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ୨୪ ବର୍ଷ ସରକାରରେ ଥିଲେ, କ୍ଷମତାରୁ ଯିବା ପରେ ଆଉ ମିଳୁନି ଚାନ୍ଦା
ସାଟେଲାଇଟ୍ ଟାଉନ୍ସିପ୍, ଶିଳ୍ପାଞ୍ଚଳ ଓ ନୂଆ ସହରାଞ୍ଚଳକୁ ଏକାଠି କରି ଆଞ୍ଚଳିକ ବିକାଶକୁ ଦିଆଯାଉଛି ନୂଆ ଗତି । ଏହି ବିକାଶ ଭିଜନ୍ ଯୋଗୁଁ ରାଜ୍ୟକୁ ୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ, ୩.୫ ଲକ୍ଷ କୋଟି ଟଙ୍କାର ୨୦୦ରୁ ଅଧିକ ପ୍ରକଳ୍ପର ଗ୍ରାଉଣ୍ଡିଂ ମଧ୍ୟ ସରିଛି ।
ଭୁବନେଶ୍ଵରରେ ମେଟ୍ରୋ
ଅନ୍ୟପଟେ ଅର୍ବାନ୍ ମୋବିଲିଟିର ଏହି ବଡ଼ ମଞ୍ଚରେ ଉଠିଛି ମେଟ୍ରୋ ପ୍ରକଳ୍ପର ପ୍ରଶ୍ନ । ଭୁବନେଶ୍ୱର ଭଳି ଯୋଜନାବଦ୍ଧ ସହରରେ ସହର ବଢ଼ିବା ସହ ଟ୍ରାଫିକ୍ ଚାପ ବି ବୃଦ୍ଧି ପାଉଛି । ତେଣୁ ମେଟ୍ରୋ ପ୍ରକଳ୍ପକୁ ନେଇ ଲୋକଙ୍କ ଆକାଂକ୍ଷା ବଢ଼ିବାରେ ଲାଗିଛି । ସରକାରଙ୍କ 'ଇଣ୍ଟିଗ୍ରେଟେଡ୍ ମୋବିଲିଟି ମଡେଲ୍'ରେ ବସ୍ରୁ ରେଲ୍, ମେଟ୍ରୋରୁ ଫିଡର୍ ଏବଂ ଲାଷ୍ଟ ମାଇଲ୍ କନେକ୍ଟିଭିଟି ଉପରେ କାମ ଚାଲିଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ଅନ୍ୟପଟେ, ଭୁବନେଶ୍ୱରରେ ଅତି ଶୀଘ୍ର ମେଟ୍ରୋ କାମ ଶେଷ କରିବାକୁ ଦାବି ଦୋହରାଇଛନ୍ତି ମେୟର ସୁଲୋଚନା ଦାସ । ଫ୍ଲାଏଓଭର ସହ ମେଟ୍ରୋ ଚାଲିଲେ ଟ୍ରାଫିକ୍ ଚାପ ଯଥେଷ୍ଟ କମିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
Urban Conclave 2026ରୁ PM E-Bus ସେବାର ୨୬ଟି ନୂଆ ଇ-ବସ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଆହୁରି ୪୦୦ ଇ-ବସ୍, ୧୦୦ ମିଡି ଓ ୫୦ଟି ମିନି ଇ-ବସ୍ ଗଡ଼ିବ। କେବଳ ୭ଟି ପ୍ରମୁଖ ସହର ନୁହେଁ, ବାରିପଦା, ଅନୁଗୋଳ, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ରାୟଗଡ଼ା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ଭଳି ଆଉ ୯ଟି ସହରକୁ ସଂଯୋଗ କରିବ ଏହି ନୂଆ ଇ-ମୋବିଲିଟି ନେଟୱର୍କ । ସହରୀ ମୋବିଲିଟିର ଗୋଟିଏ ମନ୍ତ୍ର - ଗୋଟିଏ ସହର ନୁହେଁ, ପୂରା ଅଞ୍ଚଳକୁ ଗୋଟିଏ ଯାତାୟାତ ୟୁନିଟ୍ ଭାବେ ଗଢ଼ି ତୋଳିବା ।