Videos
|
Odisha

Odisha Politics / ୨୪ ବର୍ଷ ସରକାରରେ ଥିଲେ, କ୍ଷମତାରୁ ଯିବା ପରେ ଆଉ ମିଳୁନି ଚାନ୍ଦା

Sushanta Sahoo
Browse all articles by Sushanta Sahoo
·33 mins ago·2 min read
୨୪ ବର୍ଷ ସରକାରରେ ଥିଲେ, କ୍ଷମତାରୁ ଯିବା ପରେ ଆଉ ମିଳୁନି ଚାନ୍ଦା
BJD Audit Report 2025-26

Key Points

ଚଳିତ ବର୍ଷ ସଦସ୍ୟତା ଅଭିଯାନରୁ ବିଜେଡି ସଂଗ୍ରହ କରିଛି ମାତ୍ର ୬୩୦ ଟଙ୍କା
ବନ୍ଦ ହୋଇଯାଇଛି କର୍ପୋରେଟ ଫଣ୍ଡିଂ
ବ୍ୟାଙ୍କରେ ଫିକ୍ସଡ ଡିପୋଜିଟରୁ ସୁଧ ବାବଦରେ ଦଳକୁ ମିଳୁଛି ୪ କୋଟି
ଭୁବନେଶ୍ଵର: କ୍ଷମତା ଯିବା ପରେ ଚାନ୍ଦା ବି ଗଲା । ତଥାପି ବଢିଛି ବିଜେଡି ପାଣ୍ଠି । ୨୦୨୫-୨୬ ବର୍ଷରେ ବିଜେଡିର ପାଣ୍ଠି ୭୩୬ କୋଟି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ଚିନ୍ତାର ବିଷୟ ହେଲା ଦଳ ଗତ ବର୍ଷ ସଦସ୍ୟତା ଅଭିଯାନରେ ସଂଗ୍ରହ କରିଛି ମାତ୍ର ୬୩୦ ଟଙ୍କା । ଯାହା ଦଳର ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇଛି । ବିଜେଡି ସହ ଯୋଡ଼ି ହେବାକୁ ଚାହୁଁ ନାହାନ୍ତି କି ନୂଆ ଏବଂ ଯୁବ ଭୋଟର ?

୨୦୨୫-୨୬ ପାଇଁ ବିଜେଡି ଦାଖଲ କରିଥିବା ବାଲାନ୍ସ ସିଟ୍‌ରୁ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ୨୦୨୬ ମାର୍ଚ୍ଚ ୩ ତାରିଖ ସୁଦ୍ଧା ବିଜେଡିର ମୋଟ ସମ୍ପତ୍ତିର ପରିମାଣ ୭୩୬ କୋଟି ୫୦ ଲକ୍ଷ ୩୧ ହଜାର ୬୦୦ ଟଙ୍କା ରହିଛି । ଦଳର ବକେୟା ଦେୟ ୨.୩୧କୋଟି ଟଙ୍କାକୁ ବାଦ୍ ଦେଲେ ବିଜେଡି ପାଖରେ ମୋଟ ୭୩୪.୧୮କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ଅବପାତ; ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୧୧୫ରୁ ୧୨୫ କିମି ବେଗରେ ପବନ 

ଯେଉଁଥିରେ ୪୩.୯୧କୋଟି ଟଙ୍କାର ସ୍ଥାବର ଓ ୬୮୯.୫୪କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ଅଛି । ସେଥିରୁ ୬୪୨ କୋଟି ୪୫ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ରହିଛି ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । ଯେଉଁଥିରୁ ମାସିକ ପ୍ରାୟ ୪କୋଟି ଟଙ୍କା ସୁଧ ଆକାରରେ ମିଳୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ, ଚିନ୍ତା ଜନକ କଥା ହେଲା ୨୦୨୫-୨୬ ଆର୍ଥିକ ବର୍ଷରେ ସଦସ୍ୟତା ରସିଦରୁ ମାତ୍ର ୬୩୦ଟଙ୍କା ପାଇଛି ଦଳ । ପରାଜୟ ପରେ ନିଜକୁ ଶକ୍ତିଶାଳୀ କହୁଥିବା ଦଳ ସଦସ୍ୟତା ଅଭିଯାନରେ ଏତେ କମ୍ ଟଙ୍କା ଆୟ କରିବାକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ।

ବିଜେଡି ଦାଖଲ କରିଥିବା ବାଲାନ୍ସ ସିଟ୍ ଅନୁସାରେ, ୨୦୨୪-୨୫ରେ ଦଳ ଇଲେକ୍ଟୋରାଲ୍ ଟ୍ରଷ୍ଟରୁ ୩୫ କୋଟି ଓ ଅନ୍ୟାନ୍ୟ ଦାତାଙ୍କଠାରୁ ୨୫ କୋଟି ଟଙ୍କା ମିଶାଇ ମୋଟ ୬୦ କୋଟିର ଚାନ୍ଦା ପାଇଥିବାବେଳେ ଚଳିତ ବର୍ଷ ଚାନ୍ଦା ସମ୍ପୂର୍ଣ୍ଣ ଶୂନ ହୋଇଯାଇଛି ।

୨୦୨୫-୨୬ ଆର୍ଥକ ବର୍ଷରେ ଦଳର ମୋଟ ଆୟ ୪୭ କୋଟି ୪ ଲକ୍ଷ ୩୨ ହଜାର ୯୫୯ ଟଙ୍କା । ବର୍ଷ ତମାମ୍ ଦଳ ମୋଟ ୩୨ କୋଟି ୪୮ ଲକ୍ଷ ୫୦ ହଜାର ୭୩୩ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୧୪ କୋଟି ୫୫ ଲକ୍ଷ ୮୨ ହଜାର ୨୨୬ ଟଙ୍କାର ସଞ୍ଚୟ କରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦଳ କେବଳ ପ୍ରଚାର ପ୍ରସାରରେ ୧୭ କୋଟି ଟଙ୍କା ବ୍ୟୟ କରିଛି ।

ଏଥିସହ ପଢ଼ନ୍ତୁ: ଫାରୁକ୍ ଅବଦୁଲ୍ଲାଙ୍କ ପାକିସ୍ତାନ ପ୍ରେମ; କହିଲେ 'ପାକିସ୍ତାନ ପାଇଁ ବଞ୍ଚିଛି କାଶ୍ମୀର' 

ସେହିପରି ଦଳୀୟ ଅଫିସ୍ ଓ ଦୈନନ୍ଦିନ ପରିଚାଳନା ଖର୍ଚ୍ଚ ମଧ୍ୟ ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି । ପ୍ରଶାସନିକ ଖର୍ଚ୍ଚ ପୂର୍ବ ବର୍ଷର ୩.୩୬କୋଟି ଟଙ୍କାରୁ ବୃଦ୍ଧି ପାଇ ୮.୮୧କୋଟି ଟଙ୍କାରେ ପହଞ୍ଚିଛି । ଏସବୁ ବ୍ୟତୀତ ନୂଆପଡ଼ା ଉପନିର୍ବାଚନରେ ଦଳ ୨ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଯୁବ ଭୋଟର ବିଜେଡି ସହ ଯୋଡି ହେବାକୁ ଚାହୁଁ ନଥିବାରୁ କମିଛି ସଦସ୍ୟତା ଅଭିଯାନ ଆୟ ।

ପୂର୍ବରୁ ଦଳର ପାଣ୍ଠିକୁ ନେଇ ବିବାଦ ରହି ଆସିଛି । ଏମିତିକି ପାଣ୍ଠି ପାଇଁ ପାଣ୍ଡିଆନ ବିଜେଡିକୁ ଏବେ ବି ନିଜ କବ୍‌ଜାରେ ରଖିଥିବା କୁହାଯାଉଛି । ସଭ୍ୟ ସଂଗ୍ରହ ବାବଦକୁ ମାତ୍ର ୬୩୦ ଟଙ୍କା ଆଦାୟ ହେବା ସାଙ୍ଗଠନିକ ଦୁର୍ବଳତାକୁ ସ୍ପଷ୍ଟ କରୁଥିବା ବେଳେ ଦଳୀୟ କାର୍ଯ୍ୟକ୍ରମ ପାଇଁ ନେତାଙ୍କୁ ପାଣ୍ଠି ନଦେବା ଚର୍ଚ୍ଚାର ବିଷୟ ପାଲଟିଛି ।