ଓଡିଆଙ୍କ ଭାବାବେଗ ସହ ଖେଳର ପରିଣାମ ଭୋଗିଲେ ନବୀନ ଓ ପାଣ୍ଡିଆନ୍
·2 years ago

ଅର୍ଗସ ବ୍ୟୁରୋ: ଓଡିଆଙ୍କ ଭାବାବେଗ ସହ ଖେଳର ପରିଣାମ ଭୋଗିଲେ ନବୀନ ପଟ୍ଟନାୟକ ଓ ଭୈରବ ପାଣ୍ଡିଆନ୍ । ଶ୍ରୀମନ୍ଦିର ଚାରିଦ୍ବାର ସାକ୍ଷୀ ଆମ ଅସ୍ମିତା ଓ ସ୍ବାଭିମାନ ଉପରେ ଆକ୍ରମଣର । ଓଡିଶା ବିକାଶର ଆଧାର ହେଉଛନ୍ତି ମହାପ୍ରଭୂ । ମହାପ୍ରଭୁଙ୍କୁ ବନ୍ଦି କରିବାକୁ ଚେଷ୍ଟା କଲେ, ଫଳ ଭୋଗିଲେ କଳାପାହାଡିଆ ମାନେ । ଅହଙ୍କାର ସହିଲେନି ମହାପ୍ରଭୁ । ରତ୍ନଭଣ୍ଡାର ଚୋରି ନେଇ ସନ୍ଦେହ ପ୍ରକଟ କରିଥିଲେ ମୋଦି ।
ସେ କହିଥିଲେ ତାମିଲନାଡୁ ଚାଲି ଯାଇନି ତ ରତ୍ନ ଭଣ୍ଡାର ଚାବି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶ୍ନ କରିଥିଲେ କୁଆଡେ ଗଲା କମିଶନ ରିପୋର୍ଟ । ରତ୍ନ ଭଣ୍ଡାର ଥିଲା ଏଥର ନିର୍ବାଚନର ପ୍ରମୁଖ ପ୍ରସଙ୍ଗ । ଗର୍ବ ଓ ଅହଙ୍କାରକୁ ଓପାଡି ଫିଙ୍ଗିଲେ ଓଡ଼ିଶାବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
