Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୫ ବର୍ଷ ପରେ ପରାଜୟର ସ୍ବାଦ ଚଖାଇଥିବା ପାଣ୍ଡିଆନଙ୍କ ସପୋର୍ଟରେ ପୁଣି ବାହାରିଲେ ନବୀନ

Odisha

୨୫ ବର୍ଷ ପରେ ପରାଜୟର ସ୍ବାଦ ଚଖାଇଥିବା ପାଣ୍ଡିଆନଙ୍କ ସପୋର୍ଟରେ ପୁଣି ବାହାରିଲେ ନବୀନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୨୫ ବର୍ଷ ପରେ ପରାଜୟର ସ୍ବାଦ ଚଖାଇଥିବା ପାଣ୍ଡିଆନଙ୍କ ସପୋର୍ଟରେ ପୁଣି ବାହାରିଲେ ନବୀନ


ଅର୍ଗସ ବ୍ୟୁରୋ : ଛାଡ଼ୁନି ନବୀନଙ୍କର ପାଣ୍ଡିଆନ ପ୍ରୀତି । ବିଜେଡିକୁ ୨୫ ବର୍ଷ ପରେ ପରାଜୟର ସ୍ବାଦ ଚଖାଇଥିବା ପାଣ୍ଡିଆନଙ୍କ ସପୋର୍ଟରେ ପୁଣି ବାହାରିଲେ ନବୀନ । ପୂର୍ବରୁ ପାଣ୍ଡିଆନଙ୍କୁ ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସରର ମୁକୁଟ ପିନ୍ଧାଇଥିବା ନବୀନ ଏବେ ପୁଣି ପାଣ୍ଡିଆନ ସମର୍ପିତ ଭାବେ ଦଳ ଓ ଓଡ଼ିଶାର ସେବା କରିଥିବା କଥା ସୋସିଆଲ ମିଡିଆରେ ଲେଖିଛନ୍ତି । ପ୍ରକୃତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରର ପ୍ରତିକ୍ରିୟାରେ ନିଜର ଏକ୍ସ ଆକାଉଣ୍ଟରେ ଏଭଳି ଲେଖିଛନ୍ତି ବିଜେଡି ସୁପ୍ରିମୋ । ଖବରଟିରେ ନବୀନ ପାଣ୍ଡିଆନଙ୍କ ଠାରୁ ଦୂରେଇଥିବା ନେଇ ଖବର ପ୍ରକାଶ ପାଇଥିଲା । ନିର୍ବାଚନ ପୂର୍ବରୁ ଟି ଫର୍ ତାମିଲ୍, ଟି ଫର୍ ଟାଉଟର୍ ଏହା ନିର୍ବାଚନ ପୂର୍ବରୁ ଥିଲା ବିରୋଧୀଙ୍କ ସ୍ବର । ବିଜେଡିର ଅନେକ ପାଣ୍ଡିଆନଙ୍କୁ ଭିଲେନ ବୋଲି କହୁଛନ୍ତି ।

ଅଧିକ ପଢନ୍ତୁ : ୨୫ ବର୍ଷ ପରେ ବିରୋଧୀ ଦଳ ନେତା ଆସନରେ ବସିଲେ ନବୀନ ପଟ୍ଟନାୟକ

କିନ୍ତୁ ନବୀନଙ୍କ ପାଇଁ ଏବେ ବି ପାଣ୍ଡିଆନ ହିରୋ । ଓଡ଼ିଶାର ଖଣି, ପାଣିକୁ ଲୁଟ୍ ର ମହାନାୟକ 5 ତାମିଲ୍  । ତେଣୁ ପୁଣି ଥରେ ଓଡ଼ିଆଙ୍କ କଟା ଘା'ରେ ଚୂନ ମାରିଲେ କି ନବୀନ ? । ସାରା ଓଡ଼ିଶାରେ ଯିଏ ଏବେ ଏକ ନିନ୍ଦିତ ଚେହେରା । ଯାହା ପାଇଁ 2024ରେ ଶୋଚନୀୟ ପରାଜୟର ସ୍ବାଦ ଚାଖିଲା 25 ବର୍ଷର ବିଜେଡି ସରକାର । ଯିଏ ଓଡ଼ିଆ ଅସ୍ମିତା, ସ୍ବାଭିମାନ, ଭାଷା, ସଂସ୍କୃତିକୁ ତଳି ତଳାନ୍ତ ପାଇଁ କରିଥିଲା ଷଡ଼ଯନ୍ତ୍ର । ଯାହାଙ୍କ ନାଁରେ ଓଡ଼ିଶାର ପାଣି, ଖଣି ଟଙ୍କା ଲୁଟର ସାଘାଂତିକ ଅଭିଯୋଗ । ତାଙ୍କ ପ୍ରତି କାହିଁକି ଯେ ନବୀନଙ୍କ ଅହେତୁକ ଦୁର୍ବଳତା ତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen came out again in support of Pandian | Argus News