BJD SujataPandianPolitics / ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ସସପେନ୍ସ…ଏପଟେ ବଢିଲା ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚା...ପୋଲ ଖୋଲିଲେ ମନ୍ମଥ
·3 months ago·2 min read

Key Points
୬ ଦିନିଆ ଦିଲ୍ଲୀ ଗସ୍ତରୁ ନବୀନ ଫେରୁ ଫେରୁ ପୁଣି ଆରମ୍ଭ ହୋଇଛି ବିଜେଡିରେ ଉତ୍ତରଧିକାରୀ ଚର୍ଚ୍ଚା
୬ ଦିନିଆ ଦିଲ୍ଲୀ ଗସ୍ତରୁ ନବୀନ ଫେରୁ ଫେରୁ ପୁଣି ଆରମ୍ଭ ହୋଇଛି ବିଜେଡିରେ ଉତ୍ତରଧିକାରୀ ଚର୍ଚ୍ଚା। ଦିଲ୍ଲୀରେ କାହାକୁ କାହାକୁ ଭେଟିଲେ ନବୀନ। ବଡଭାଇଙ୍କ ସହ କଲେ କଣ ଚର୍ଚ୍ଚା। ଏଭଳି ସସପେନ୍ସ ଭିତରେ ବଡ ବୟାନ ରଖିଛନ୍ତି ମନ୍ମଥ ରାଉତରାୟ । କହିଛନ୍ତି, ନବୀନ ଏବଂ ବରିଷ୍ଠ ନେତା ଦିଲ୍ଲୀ ଯାଇଥିଲେ। ସୁଜାତାଙ୍କୁ ବିଜେଡିରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିପାରେ। ଅନ୍ୟପଟେ ସୁଜାତାଙ୍କ ଏଣ୍ଟ୍ରିକୁ ବିରୋଧ କରିଛନ୍ତି ପାଣ୍ଡିଆନ ବିରୋଧୀ ଗୋଷ୍ଠୀ। କହିଛନ୍ତି ନବୀନ ସକ୍ରିୟ ଅଛନ୍ତି ଆଉ କାହାର ନେତୃତ୍ଵ ଆବଶ୍ୟକତା ନାହିଁ।
ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ପବନ; ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
କୁହାଯାଉଛି, ପାଣ୍ଡିଆନ ଦମ୍ପତ୍ତି ଯଦିଓ ସାମ୍ନାରେ ନାହାନ୍ତି, କିନ୍ତୁ ଏବେ ବି ପରଦା ପଛରେ ରହି ବିଜେଡି ରାଜନୀତିକୁ ନିଜ କବଜାରେ ରଖିଛନ୍ତି । ଆଉ ମାଡାମ ସୁଜାତା ମଧ୍ୟ ସାମ୍ନାକୁ ନଆସିଲେ ବି କୁହାଯାଉଛି ନବୀନ ନିବାସ ଭିତରେ ଅଛନ୍ତି ବେଶ୍ ସକ୍ରିୟ। ନବୀନଙ୍କ ଅସୁସ୍ଥତା ବେଳେ ଉଭୟଙ୍କ ଉପସ୍ଥିତି ଏବଂ ଭୂମିକା ଥିଲା ଚର୍ଚ୍ଚାରେ । ସେତେବେଳେ ବି ବିଜେଡି ରାଜନୀତିରେ ସୂଜାତାଙ୍କ ଏଣ୍ଟ୍ରିରେ ବ୍ରେକ ଦେଇଥିଲେ ପାଣ୍ଡିଆନ ବିରୋଧୀ ଗୋଷ୍ଠୀ। ଆଉ ଏବେ ପ୍ରଶ୍ନ ଯଦି ସୁଜାତା ବିଜେଡିରେ ଏଣ୍ଟ୍ରି କରନ୍ତି ତାହେଲେ କଣ ହେବ ତାଙ୍କ ଭୂମିକା। ପାଣ୍ଡିଆନ ବିରୋଧୀ ଗୋଷ୍ଠୀ ସୂଜାତାଙ୍କ ନେତୃତ୍ଵକୁ ସୀକୃତି ଦେବେ ନା ସୂଜାତାଙ୍କ ଏଣ୍ଟ୍ରି ବିଜେଡିକୁ ଦୁଇ ଫାଳ କରିଦେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ସମୀକ୍ଷକଙ୍କ ମତ ସୁଜାତାଙ୍କ ଯୋଗଦାନ ବିଜେଡିକୁ କରିବ ବିଭାଜନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଦିଲ୍ଲୀରୁ ଫେରୁ ଫେରୁ ବୈଠକ ଡାକିଛନ୍ତି ନବୀନ। ୧୦ ତାରିଖ ଦିନ ହାରିଥିବା ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ ନବୀନ। ସଙ୍ଗଠନ କାର୍ଯ୍ୟ, ଏସଆଇଆର ପ୍ରସ୍ତୁତି ନେଇ ଆଲୋଚନା ଥିବା ବେଳେ ସୁଜାତାଙ୍କ କଥା ବି ଉଠିପାରେ ବୋଲି କୁହାଯାଉଛି।
Related Topics
Explore more stories