24 ବର୍ଷରେ ଖୋଲିପାରିଲେନି ନବୀନ ସରକାର

ଅର୍ଗସ ବ୍ୟୁରୋ: ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ । ସାରା ଜଗତର ଅର୍ଥାତ ସ୍ବର୍ଗ, ମର୍ତ୍ତ୍ୟର ଓ ପାତାଳର ସେ ନାଥ, ପ୍ରଭୁ ଜଗନ୍ନାଥ। ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ନ ଖୋଲି ମରାମତି ନ କରି କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଖେଳାଯାଉଥିଲା ସାଂଘାତିକ ଖେଳ । 25 ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାରଙ୍କ ରତ୍ନଭଣ୍ଡାରକୁ ନେଇ ଆଭିମୁଖ୍ୟ ବି ଥିଲା ସନ୍ଦେହ ଘେରରେ। 2018ରେ ଗଠିତ କମିତି ରତ୍ନଭଣ୍ଡାର ଭିତରକୁ ନ ଯାଇ ଫେରିଆସିଲେ। ଚାବି ହଜିଯାଇଥିବା କଥା କହିଲେ ସେତେବେଳର ଜିଲ୍ଲାପାଳ। ଡୁପ୍ଲିକେଟ ଚାବି ଗପ ବି ଆସିଲା ସାମ୍ନାକୁ । ପରିଚାଳନା କମିଟିରେ ନିଷ୍ପତ୍ତି ପରେ ବି ଖୋଲିଲାନି ରତ୍ନଭଣ୍ଡାର। ଭିତର ରପତ୍ନଭଣ୍ଡାରର ମରାମତି ବି କଲେନାହିଁ ସେତେବେଳେର ନବୀନ ସରକାର। ବର୍ଷ ପରେ ବର୍ଷ ଗଡାଇ ଚାଲିଲେ। ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଲା ସୁରକ୍ଷିତ ଅଛି ତ ରତ୍ନଭଣ୍ଡାର। ଏତର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାବି କଥା ଉଠାଇ ନବୀନ ସରକାରକୁ ଘେରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ରତ୍ନଭଣ୍ଡାରର ସୁରକ୍ଷା ନେଇ ଉଠାଇଥିଲେ ପ୍ରଶ୍ନ। ତା ସହିତ ମୋଦି ଦେଇଥିଲେ ରତ୍ନଭଣ୍ଡାର ଖୋଲିବାର ଗ୍ୟାରେଣ୍ଟି।
ମୋହନ ସରକାରଙ୍କ ସବୁଠାରୁ ବଡ଼ ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା । ପ୍ରଥମ କ୍ୟାବିନେଚର ଚାରିଦ୍ବାର ସହ ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିଲା ବଡ଼ ନିଷ୍ପତି। 30 ଦିନରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛନ୍ତ ମୋହନ ସରକାର । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ମହାପ୍ରଭୁଙ୍କ ଆଜ୍ଞାରେ ଦୀର୍ଘ 46 ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ସେହିଭଳି ମୁଖ୍ୟମମନ୍ତ୍ରୀଙ୍କ ଦପ୍ତର ପୋଷ୍ଟ କରିଛି, ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ।
ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତେବେ ରତ୍ନଭଣ୍ଡାରକୁ ନେଇ ଏବେ ବି ଅସମାହିତ ପ୍ରଶ୍ନ। କାହିଁକି 24 ବର୍ଷର ନବୀନ ସରକାର ଖୋଲିନଥିଲେ ରତ୍ନଭଣ୍ଡାର, ଡୁପ୍ଲିକେଟ୍ ଚାବି ନାଟକ ପଛରେ କିଏ, କାହିଁକି ସାର୍ବଜନୀନ ହେଲାନାହିଁ କମିଶନଙ୍କ ରିପୋର୍ଟ, ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳିଥିବା କଳାପାହଡମାନେ କିଏ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: