କମିବାରେ ଲାଗୁଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା
ଅର୍ଗସ ବ୍ୟୁରୋ: କମିବାରେ ଲାଗୁଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା। ଟାଇମସ୍ ନାଓ ଜନମତ ସର୍ଭେ ପରେ ଏବେ ପୁଣି ଇଣ୍ଡିଆ ଟୁଡେର ମୁଡ଼ ଅଫ ଦି ନେସନ ସର୍ଭେରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଏହି ତଥ୍ୟ ଅନୁଯାୟୀ 2024ରେ ଓଡ଼ିଶାରେ ବିଜେପିକୁ 10 ଲୋକସଭା ଆସନ ସହ 40 % ଭୋଟ୍ ମିଳିପାରେ। ସେହିପରି ବିଜେଡିକୁ 11 ଲୋକସଭା ଆସନ ସହ 41% ଭୋଟ୍ ମିଳିବ ଏବଂ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ ଓ ଭୋଟ୍ ହାର 12 ପ୍ରତିଶତ ରହିବ।
2019ରେ ବିଜେପିକୁ 8 ଲୋକସଭା ଆସନ ସହ 38 ପ୍ରତିଶତ ଭୋଟ ମିଳିଥିଲା ଏବଂ ବିଜେଡ଼ିକୁ 12 ଲୋକସଭା ଆସନ ସହ 43 ପ୍ରତିଶତ ଭୋଟ ମିଳିଥିଲା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ଗୋଟିଏ ସିଟ୍। ତେଣୁ ଏଥରର ବିଭିନ୍ନ ସର୍ଭେ ରିପୋର୍ଟରୁ ବିଜେଡ଼ିକୁ ଭୋଟ ହାର କମୁଥିବା ବେଳେ ବିଜେପିର ଭୋଟ ହାର ବଢୁଥିବାର ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ର ସର୍ଭେ ରିପୋର୍ଟରେ ମଧ୍ୟ ବିଜେପିକୁ 11 ଲୋକସଭା ଆସନ ସହ 44 % ଭୋଟ୍ ମିଳିପାରେ ବୋଲି ତଥ୍ୟ ସାମ୍ନାକୁ ଆସିଛି ..ସେହିପରି ବିଜେଡିର ଲୋକସଭା ଆସନ 9କୁ ଖସିବା ସହ 40.4% ଭୋଟ୍ ମିଳିବ ଏବଂ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ସହ 9.6% ଭୋଟ୍ ମିଳିବ ବୋଲି ତଥ୍ୟ ସାମ୍ନାକୁ ଆସିଛି।
ଏହାସହ ଛତିଶଗଡ଼ ଏବଂ ଆସାମ ଭଳି ରାଜ୍ୟରେ ମଧ୍ୟ ବିଜେପିର ଆସନ ସଂଖ୍ୟା ବଢିପାରେ ବୋଲି ଇଣ୍ଡିଆ ଟୁଡେର ମୁଡ଼ ଅଫ ଦି ନେସନ ସର୍ଭେରୁ ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର