Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ

Odisha

ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ

Manini Pattanayak
Browse all articles by Manini Pattanayak
·2 years ago·2 min read
ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ

ଭୁବନେଶ୍ୱର:  ନବୀନଙ୍କୁ ଘାରିଛି ବିଜେଡିକୁ ଏକାଠି ରଖିବା ଚିନ୍ତା । ବିଧାୟକଙ୍କୁ ଏକଜୁଟ୍ ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ । ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? । ମୋଦି କହିଥିଲେ, `ବିଜେପି ସରକାର ଆସିଲେ ଭାଙ୍ଗି ଦିଆଯିବ ମାଫିଆଙ୍କ ଅଣ୍ଟା’ । ମାଫିଆଙ୍କ ଉପରେ ବିଜେପି ସରକାରର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଭୟଭୀତ କି ବିଜେଡି ମୁଖିଆ ? ।
 ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା। କୁହାଯାଉଛି ଏବେ ନବୀନଙ୍କୁ ଘାରିଛି ନିଜ ଦଳ ଭାଙ୍ଗିଯିବାର ଭୟ । ବିଜେଡି ଫାଳ ଫାଳ ହୋଇ ଯିବ କି ସେହି ଚିନ୍ତାରେ ପଡ଼ିଛନ୍ତି ନବୀନ। ଏଥିପାଇଁ ତ ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ। ସମୟ ଥିଲା ଯେତେବେଳେ ନବୀନଙ୍କ ଚାରିପାଖେ ଘୁରୁଥିଲା ବିଜେଡି। ଏବେ ନିଜର 27 ବର୍ଷର ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ । ଆଉ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ କହୁଛନ୍ତି କିଛି ଏମିତି କଥା। 

ନବୀନଙ୍କ ଏମିତି ବୟାନକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? ଦିଲ୍ଲୀରେ ସୁରକ୍ଷା ଚାହୁଁଛନ୍ତି କି 24 ବର୍ଷର ମୁଖ୍ୟମନ୍ତ୍ରୀ ? ଓଡ଼ିଶାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଫିସ୍ ଓ ତାଙ୍କ ଆବାସ ନବୀନ ନିବାସ ମାଫିଆଙ୍କ କବଜାରେ ଥିଲା। ବିଜେପି ସରକାର ଆସିଲେ ମାଫିଆଙ୍କର ଅଣ୍ଟା ଭାଙ୍ଗି ଦିଆଯିବ ।   ମୋଦି ଗ୍ୟାରେଣ୍ଟି ଉପରେ ଭରସା କଲେ ଓଡ଼ିଶା ବାସୀ। ଆଉ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଏବେ ନବୀନଙ୍କୁ ଭୟ ଘାରିଛି କି ? ମାଫିଆଙ୍କ ଉପରେ ବିଜେପି ସରକାର କି କାର୍ଯ୍ୟାନୁଷ୍ଠାନ ନେବ ତାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି କି ନବୀନ ?
ଅଧିକ ପଢନ୍ତୁ ଓଡିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Naveen has to work hard to keep the team together | Argus News