|
logo
Live

Argus News - ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କଲେନି ନବୀନ

Odisha

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କଲେନି ନବୀନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କଲେନି ନବୀନ

ଅର୍ଗସ ବ୍ୟୁରୋ:  ସରିଗଲା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କିନ୍ତୁ ରହିଗଲା ଚାଉଳ । ଅର୍ପଣ ରଥ ନାଁ ରେ ସାରା ରାଜ୍ୟରେ ଜଗନ୍ନାଥଙ୍କୁ ବୁଲାଇ ଲୋକଙ୍କୁ ଠୁ ମଗା ଯାଇଥିବା ଗୁଆ ଚାଉଳ ସେମିତି ପଡି ରହିଛି । କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ନା ପୁରୀ ଗଲା ନା ଗତକାଲି ଲୋକଙ୍କ ପ୍ରସାଦ ସେବନ କାମରେ ଲାଗିଲା । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି ।ସେପଟେ ରତ୍ନ ଭଣ୍ଡାର ପାଇଁ ସରକାରଙ୍କୁ ସମୟ ନାହିଁ । ସମୟ ପରେ ସମୟ ଗଡାଇ କୋର୍ଟକୁ ଭୂଆଁ ବୁଲାଉଛନ୍ତି ସରକାର।

ତେଵେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ୍ କରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହ ଲୋକାର୍ପଣ ଉତ୍ସବ ଆଡମ୍ବରର ସହ ହୋଇଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ। କାହିଁକି ନା ରତ୍ନଭଣ୍ଡାର ଖୋଲିବା ଦିଗରେ ସରକାରଙ୍କ ଲଗାତାର ପଛଘୁଞ୍ଚା ଓ କମିଶନଙ୍କ ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ  କରିବାରେ ଲଗାତାର ସମୟ ଗଡାଇବା ସହ ରତ୍ନ ଗଣତିମଣତି ପାଇଁ ପରିଚାଳନା କମିଟି ସରକାରଙ୍କୁ ଚିଠି ନଲେଖିବା ଏଭଳି କିଛି ଇସାରା କରୁଛି। ସେପଟେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଗଠିତ ଜଷ୍ଟିସ ରଘୁବୀର ଦାସଙ୍କ ତଦନ୍ତ କମିଶନ ରିପୋର୍ଟ ହାଇକୋର୍ଟରେ ଦାଖଲ ପାଇଁ ସରକାର 7 ଥର ସମୟ ନେଇଥିବା ବେଳେ ଏବେ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ଚରମବାଣୀ ଶୁଣାଇଛନ୍ତି ମାନ୍ୟବର ଉଚ୍ଚନ୍ୟାୟାଳୟ। ଦୁଇ ତିନିଦିନ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଇ ସପ୍ତାହ ପରେ ମାମଲାର ଶୁଣାଣି ହେବ। ସେପଟେ ମହାପ୍ରଭୁଙ୍କ ବାଡଗ୍ରାହୀ ଖୁବଶୀଘ୍ର ସରକାରଙ୍କ ପାଖକୁ ଯାଇ ଏସମ୍ପକରେ ଆଲୋଚନା କରିବେ ବୋଲି ଚେତାବନୀ।

ଅନ୍ୟପଟେ ଜଗନ୍ନାଥଙ୍କ ସମ୍ପର୍କରେ ସରକାରଙ୍କ ଦୋ ମୁହାଁ ନୀତି ଓ ଚାଉଳ ସଂଗ୍ରହ ପ୍ରହସନ କୁ ନେଇ ବର୍ଷିଛନ୍ତି ବିରୋଧୀ । ଯାହାର ଜବାବ ରଖିଛି ବିଜେଡି ।
 ଏ ସବୁ ଭିତରେ ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁମାନେ ଜାଗା ଦେଲେ ସେମାନଙ୍କୁ ଲୋକାର୍ପଣ ଉତ୍ସବକୁ ଡାକିବା ପାଇଁ ବି ଠିକ ମନେ କଲାନି ଶ୍ରୀ ମନ୍ଦିର ପ୍ରଶାସନ କି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କଲେନି ନବୀନ | Argus News