Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ

ଅର୍ଗସ ବ୍ୟୁରୋ:  ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ ଭୁବନେଶ୍ବର SDJM କୋର୍ଟ । ରାଜ୍ୟପାଳଙ୍କ ଅନୁମତି ମିଳିବା ପରେ ଉଭୟ ନବୀନ, ପଣ୍ଡିଆନଙ୍କ ନାଁରେ ରୁଜୁ ହେବ ଅପରାଧିକ ମାମଲା । ଶହ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାକୁ ନେଇ କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ  ଥାନାର ଦ୍ବାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି ।

ଚାଟାର୍ଡ ଓ ହେଲିକପ୍ଟରରେ ବୁଲି ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ କିଏ ଦେଇଥିଲା ଅନୁମତି ଓ କାହିଁକି ପଣ୍ଡିଆନ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ବିରୋଧରେ ଥାନାରେ ମାମଲା ରୁଜୁ ନ ହେବା ଫଳରେ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ସୁଧିର ମହାନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି । ସେପଟେ ଅପରାଧିକ ମାମଲା ରୁଜୁ କରି ସରକାର ତଦନ୍ତ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Patnaik and VK Pandian will be problem | Argus News